ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯୋଗୁଁ ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାର ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ବିଧାନସଭାର କଫରେନ୍ସି ପ୍ରକୋଷ୍ଠରେ ଉପସ୍ଥିତ ରହି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କୋଭିଡ୍ – ୧୯ର ସଠିକ୍ ପରିଚାଳନା କରିଥିବାରୁ ଜନପ୍ରତିନିଧ୍ୟ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । ଲକ୍ ଡାଉନ୍ ଓ ସରକାରଙ୍କ ଏ ସଂପର୍କିତ ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ ଉପରେ ଡ. ପାତ୍ର ଗୁରୁତ୍ବାରୋପ କରିଥିଲେ । ଜୁନ୍ ଓ ଜୁଲାଇ ମାସ କୋଭିଡ୍ –୧୯ ସଂକ୍ରମଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏଥ ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ସହିତ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ବେଆଇନ ମଦ ବିକ୍ରି ଉପରେ ଲଗାମ ଦେବାକୁ ମଧ୍ୟ ସେ ଜିଲ୍ଲାପାଳଙ୍କୁ କହିଥିଲେ ।
ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ଗଞ୍ଜାମ ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲ୍ଲା । କିନ୍ତୁ ସରକାର ଓ ଜିଲ୍ଲା ପ୍ରଶାସନର ସମୁଚିତ ପଦକ୍ଷେପ ଯୋଗୁଁ ଏହାର ସଫଳ ମୁକାବିଲା ସମ୍ଭବ ହୋଇପାରିଛି । ଟ୍ରେନେଜ୍ ଡିଭିଜନ୍ର କାର୍ଯ୍ୟ ଉପରେ ସମୀକ୍ଷା କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଚାଷୀମାନଙ୍କୁ ଠିକ୍ ସମୟରେ ପ୍ରମାଣିତ ବିହନ ଯୋଗାଣ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଯୋଗାଣ ଓ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବାକୁ ସେ ପରାମର୍ଶ ଦେଇଥିଲେ ।
ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ଶୃଙ୍ଖଳା ପାଳନ କରିବା ଓ ପୋଲିସ୍ ପ୍ରଶାସନ ଏ ଦିଗରେ ଯବାନ ହେବାକୁ ସେ କହିଥିଲେ । କରୋନା ସଂକ୍ରମଣର ସଠିକ୍ ପରିଚାଳନା କରିଥିବାରୁ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ମୌସୁମୀ ପ୍ରଭାବରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖ୍ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ କୋଭିଜ୍- ୧୯ର ସଦ୍ୟସ୍ଥିତି ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ତଥ୍ୟ ରଖିଥିଲେ । ଏଥିରେ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ । ବିଧାୟିକା, ସମସ୍ତ ବିଭାଗୀୟ ଜିଲ୍ଲା ପଦାକାରୀ, ଗୋଷ୍ଠୀ ଉନ୍ନୟନ ଅକାରୀ, ତହସିଲଦାର ଅଂଶଗ୍ରହଣ କରିଥିଲେ ।
Post a Comment