loading...

ବିଭାଗୀୟ ସମୀକ୍ଷାରେ ସେଲଟର ହୋମ୍‌ଗୁଡ଼ିକରେ କୋଭିଡ୍ ସଚେତନତା ଉପରେ ଗୁରୁତ୍ବ ସମସ୍ତ ଅନ୍ତେବାସୀ ସୁରକ୍ଷିତ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ପରିଚାଳିତ ସମଗ୍ର ରାଜ୍ୟରେ ଥିବା ସେଲଟର ହୋମଗୁଡ଼ିକର (ସ୍ବଳ୍ପ ରହଣି କେନ୍ଦ୍ର) ଅନ୍ତେବାସୀମାନଙ୍କୁ କୋଭି –୧୯ ସଂକ୍ରମଣରୁ ସୁରକ୍ଷା।

ବିଭାଗୀୟ ସମୀକ୍ଷାରେ ସେଲଟର ହୋମ୍‌ଗୁଡ଼ିକରେ କୋଭିଡ୍ ସଚେତନତା ଉପରେ ଗୁରୁତ୍ବ ସମସ୍ତ ଅନ୍ତେବାସୀ ସୁରକ୍ଷିତ।

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ପରିଚାଳିତ ସମଗ୍ର ରାଜ୍ୟରେ ଥିବା ସେଲଟର ହୋମଗୁଡ଼ିକର (ସ୍ବଳ୍ପ ରହଣି କେନ୍ଦ୍ର) ଅନ୍ତେବାସୀମାନଙ୍କୁ କୋଭି –୧୯ ସଂକ୍ରମଣରୁ ସୁରକ୍ଷା ପ୍ରଦାନ ପାଇଁ ବହୁବିଧ ପଦକ୍ଷେପ ନିଆଯାଇଛି । କେଭିଡ୍ –୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । 

କେଭିଡ୍ – ୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସେଲ୍‌ଟର ହୋମ୍‌ଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ । ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜୁମ୍ ଅନ୍‌ଲାଇନ୍ ବୈଠକରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀ ଏବଂ ବିଭିନ୍ନ ସେଣ୍ଟର ହୋମ୍‌ର ସଭାପତି ଓ ସଂପାଦକ ଅନ୍‌ଲାଇନ୍‌ରେ ଯୋଗଦେଇଥିଲେ । କୋଭିଡ୍ – ୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ବଚ୍ଛତା ଓ ବିଶୋଧନକୁ ସୁନିଶ୍ଚିତ କରିବା ସହ ଅନ୍ତେବାସୀମାନଙ୍କ ନିରାପତ୍ତା ଓ ସୁରକ୍ଷା ଉପରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ  ଗୁରୁତ୍ବାରୋପ କରିଥିଲେ ।

ନିର୍ଦ୍ଦେଶକ, ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍ ଅଂଶଗ୍ରହଣକାରୀମାନଙ୍କ ସହ ସେଲ୍ଟର ହୋମଗୁଡ଼ିକର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଏହାର ସଠିକ୍ ପରିଚାଳନାକୁ ତଦାରଖ କରିବା ନିମନ୍ତେ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ସେଣ୍ଟର ହୋମ୍ ଅଧୀନରେ ୫୫ଟି ସ୍ୱଧାର ଗୃହ ଏବଂ ୧୨ଟି ଉଜ୍ଜଳା ଗୃହ ରହିଛି । ଏହି ଗୃହଗୁଡ଼ିକରେ ପ୍ରାୟ ୨୩୦୦ ଅନ୍ତେବାସୀ ରହୁଛନ୍ତି । ସ୍ୱଧାର ଗୃହଗୁଡ଼ିକରେ ପୀଡ଼ିତା ମହିଳା ଏବଂ ଉଜ୍ଜଳା ଗୃହରେ ଚାଲାଣର ଶିକାର ହୋଇଥିବା ମହିଳାମାନଙ୍କୁ ରଖାଯାଉଛି । 

ସେଣ୍ଟର ହୋମ ଅନ୍ତେବାସୀ ଏବଂ ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ସଂପର୍କିତ ସବିଶେଷ ତଥ୍ୟ ଦୈନିକ ବିଭାଗ ଦ୍ଵାରା ସଂଗ୍ରହ କରାଯିବା ସହ କୋଭିଡ୍ ପରିସ୍ଥିତିରେ ନିୟମିତ ସମୀକ୍ଷା କରାଯାଉଛି । ବୈଠକରୁ ଜଣାଯାଇଛି ଯେ ସେଟର ହୋ ସମସ୍ତ ଅନ୍ତେବାସୀ ସୁରକ୍ଷିତ ଅଛନ୍ତି ଏବଂ କୋଭିଡ୍ –୧୯ର ସମସ୍ତ ନିୟମକୁ ସୁଚାରୁ ରୂପେ ପାଳନ କରାଯାଉଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget