loading...

ପାରିକୁଦ ଗଡ଼ରେ ଗର୍ଜିଲେ ପାଇକ ସ୍ଵତନ୍ତ୍ର ପାଇକ ଭତ୍ତାପାଇଁ ଦାବୀ ଜଣାଇଲେ !

ଗତକାଲି ପୁରୀଜିଲ୍ଲା ଅନ୍ତର୍ଗତ ପାରିକୁଦ ଗଡ଼ଠାରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପାରିକୁଦ ଗଡ଼ରେ ଗର୍ଜିଲେ ପାଇକ ସ୍ଵତନ୍ତ୍ର ପାଇକ ଭତ୍ତାପାଇଁ ଦାବୀ ଜଣାଇଲେ !

ପୁରୀ : ଗତକାଲି ପୁରୀଜିଲ୍ଲା ଅନ୍ତର୍ଗତ ପାରିକୁଦ ଗଡ଼ଠାରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଇକ ବାହିନୀଙ୍କ କୁହାଟ, ଢାଲ ତରବାରୀ ପୁଣି ଇତିହାସ ପୃଷ୍ଠାରେ ଥିବା ପାଇକ ବିଦ୍ରୋହକୁ ମନେପକାଇଥିଲା । ନିଶୂଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପାରିକୁଦ ଗ୍ରସ୍ତ କାର୍ଯ୍ୟକ୍ରମରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାଳଜୟୀ କବି ଡ଼ୀ ମାୟାଧର ମାନସିଂହଙ୍କ ସମାଧୁ ପିଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ସେଠାରେ ବୀର ବାଦ୍ୟର ତାଳେ ତାଳେ ପାଇକ ଗୁରୁ କିଶୋର କିଶୋରଙ୍କ ନେତୃତ୍ବରେ ରଣବାଦ୍ୟ ନାଦ କରିଥୁଲା । 

ପରେ ପାରିକୁଦ ଗାନ୍ଧି ଉଦୟନାଥ ଜେନାଙ୍କ ପ୍ରତିମୂର୍ତ୍ତୀରେ ପୁଷ ମାଲ୍ୟ ଅର୍ପଣ ପରେ ଶୋଭାଯାତ୍ରା ପାରିଢୁଦଗଡ଼ ପର୍ଯ୍ୟନ୍ତ ଚାଲିଥିଲା। ପାରିକୁଦ ତିତିପଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତିତିପ ବଡ଼ସାହିର ବର୍ଷିୟାନ ପାଇକଗୁରୁ କେଳୁ ଚରଣ ଜେନା ଓ ତିତିପ ସାନ ସାହିର ୯୪ବର୍ଷୀୟ ବିଶିଷ୍ଠ ଗୁରୁ ଦଣ୍ଡପାଣି ଜେନାଙ୍କୁ ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଗୁରୁମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ଏହିଠାରେ ଅନୁଷ୍ଠିତ ସମାବେଶରେ ବର୍ଷିୟାନ ପାଇକଗୁରୁ ଯେଉଁମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ଏବଂ ଶହ ଶହ ପାଇକବୀର ସୃଷ୍ଟିକରି ଶମର କଳାକୁ ବଞ୍ଚାଇ ରଖୁଛନ୍ତି ସେମାନେ ଆଜି ସରକାରୀ ଭତ୍ତାରୁ ବଞ୍ଚିତ। 

ଦୁଃଖ, ଦାରିଦ୍ର୍ୟର ଜୀବନର ଶେଷ ପାହାଚରେ ପହଞ୍ଚି କାଳାତିପାତ କରୁଛନ୍ତି । ଏହା ଦୁଃଖ ଓ ବିଡ଼ମ୍ବନାର ବିଷୟ, ରାଜ୍ୟସରକାର ତୁରନ୍ତ ସ୍ୱତନ୍ତ୍ର ପାଇକ ଭତ୍ତା ଏହି ପାଇକ ଗୁରୁମାନଙ୍କୁ ଦେବାକୁ ରାଜ୍ୟ ସଭାପତି ଦାବୀ ଜଣାଇଥିଲେ । ଏହି । ସମାବେଶରେ ପାଇକଗୁରୁ ତଥା ପାଇକ ମହାସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ମହାସଂଘ ରାଜ୍ୟସଂଯୋଜକ ପାଇକ ବିଶାରଦ କେଦାର ଦାସ, ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ, କୃଷ୍ଣପ୍ରସାଦ ବ୍ଲକ ସଭାପତି ଗୁରୁ ଦୁଃସାସନ ଦାସ, ପ୍ରଫୁଲ ଜେନା, ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଦୀପ କୁମାର ଜେନା ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget