loading...

ଲୋକସେବା ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଶ୍ରମ ଆଇନ କେସ୍ ପୋର୍ଟାଲର ଶୁଭାରମ୍ଭ ।

ଆଜି ଅପରାହ୍ନରେ ଲୋକସେବା ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଶ୍ରମ ଆଇନ କେସ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ।

ଲୋକସେବା ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଶ୍ରମ ଆଇନ କେସ୍ ପୋର୍ଟାଲର ଶୁଭାରମ୍ଭ ।

ଭୁବନେଶ୍ବର : ଆଜି ଅପରାହ୍ନରେ ଲୋକସେବା ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଶ୍ରମ ଆଇନ କେସ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି ପୋର୍ଟାଲ ଜରିଆରେ ଶ୍ରମିକମାନେ ଅନ୍‌ଲାଇନ୍ କେସ୍ ପଞ୍ଜୀକୃତ କରିବା ସହିତ କେସର ସ୍ଥିତି ସମ୍ବନ୍ଧରେ ଜାଣିପାରିବେ ଏବଂ ସେମାନଙ୍କ ପାଖକୁ ଏସ୍ଏମ୍ଏସ୍ ଜରିଆରେ ଦାଖଲ କରିଥିବା ମାମଲାର ବିବରଣୀ, ତାରିଖ ଇତ୍ୟାଦି ପଠାଯିବ । ଏହା ଦ୍ଵାରା ଶ୍ରମିକମାନେ ସେମାନଙ୍କର ନାଯ୍ୟ ଦାବି ହାସଲ କରିବା ସହିତ ଠିକ୍ ସମୟରେ ଉପକୃତ ହୋଇପାରିବେ । 

ପୂର୍ବରୁ ଶ୍ରମିକମାନେ କେସ୍ ବିଷୟରେ ଆଦୌ ଅବଗତ ହୋଇପାରୁନଥିଲେ । ବର୍ତ୍ତମାନ ଏହି ପୋର୍ଟାଲ ମାଧ୍ୟମରେ କେସ୍‌ର ସବିଶେଷ ବିବରଣୀ ଶ୍ରମିକମାନଙ୍କ ମୋବାଇଲ୍ ଫୋନ୍‌କୁ ମେସେଜ୍ ପଠାଯିବାର ବ୍ୟବସ୍ଥା ଶ୍ରମ ବିଭାଗ ଦ୍ଵାରା କରାଯାଇଛି । ବିଶେଷ କରି ଶ୍ରମିକମାନେ କର୍ମଚାରୀ କ୍ଷତିପୂରଣ ଆଇନ୍ ୧୯୨୩, ସର୍ବନିମ୍ନ ମଜୁରି ଆଇନ୍ ୧୯୪୮ ଏବଂ ଗ୍ରାଚ୍ୟୁଇଟି ପ୍ରଦାନ ଆଇନ୍ ୧୯୭୨ ଅନୁଯାୟୀ ସମସ୍ତ ସୁବିଧା ପାଇପାରିବେ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ପ୍ରକାଶ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget