loading...

ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ ବ୍ୟୟ କରାଯିବ ୧୪ କୋଟି ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ ।

ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ ବ୍ୟୟ କରାଯିବ ୧୪ କୋଟି ।

ଭୁବନେଶ୍ୱର : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ଫଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ଏମ.ଜି.ଏନ୍.ଆର୍.ଜି.ଏରେ ମାହାଙ୍ଗା ବ୍ଲକରେ ୪ କୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ । 

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯିବ ଯାହାଫଳରେ ସାଧାରଣ ଲୋକମାନେ ଯେଭଳି ଭାବେ ଉପକୃତ ହୋଇପାରିବେ ତାହା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ବ ଆରୋପ କରିଛନ୍ତି । ସେହିପରି ଜଳଛାୟା ନିର୍ମାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ବ ଆରୋପ କରାଯାଇଛି । ମାହାଙ୍ଗା ବ୍ଲକରେ ୫୨ ଗୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୯୬ ଗୋଟି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ସେଗୁଡିକର ନିର୍ମାଣକାର୍ଯ୍ୟ ତ୍ବରାନ୍ବିତ କରି ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକସେବା ଭବନଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷ ପ୍ରତିନିଧି , କଟକ ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଅତାର , କଟକ ଓ ଭୁବନେଶ୍ବର ଡି.ଏ.ଓ , ଦୁଇ ବ୍ଲକର ବି.ଡି.ଓ ଏବଂ ରେଞ୍ଜ ଅଫିସରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget