loading...

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ବିଜେପି ତରଫରୁ ସାମୁହିକ ବନ୍ଦେ ଉତ୍କଳ ସଂଗୀତ ଗାନ।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ବିଜେପି ତରଫରୁ ସାମୁହିକ ବନ୍ଦେ ଉତ୍କଳ ସଂଗୀତ ଗାନ। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ଅନ୍ୟାନ୍ୟ ରାଜ୍ୟ ପଦାଧୁକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ବିଜେପି ତରଫରୁ ସାମୁହିକ ବନ୍ଦେ ଉତ୍କଳ ସଂଗୀତ ଗାନ।

ଭୁବନେଶ୍ୱର : ବୈଶ୍ବିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ନିଜ ଜୀବନକୁ ବାଜି ମାରି ପ୍ରଥମ ଧାଡିରେ ରହି ଯୁଦ୍ଧ କରୁଥିବା ସମସ୍ତ ଯୋଦ୍ଧାଙ୍କ ମନୋବଳ ବଢାଇବା ସହ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିଜେପି ତରଫରୁ ସାମୁହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ରହି ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫.୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ସମସ୍ତ ଓଡିଆମାନଙ୍କୁ ଆହ୍ବାନ ଦେଇଥିଲେ । ତାଙ୍କ ଅନୁରୋଧକୁ ରକ୍ଷା କରିବା ସହ କରୋନା ଯୁଦ୍ଧର ସର୍ବାଗ୍ରେ ରହି ଲଢେଇ କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ହୋମ୍ ଗାର୍ଡ ଓ ପୋଲିସ କର୍ମୀ, ସଫେଇ କର୍ମଚାରୀ, ଅଙ୍ଗନବାଡୀ ଦିଦି, ଆଶା ଦିଦି, ସରପଂଚ, ନାଏବ ସରପଂଚ, ୱାର୍ଡ ମେମ୍ବର, ଫଚାୟତ ସମିତିର କର୍ମଚାରୀ, ଜିଆରଏସ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସଙ୍ଗୀତ ଗାନ କରି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଂପାଦକ ଡଃ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ଜଗନ୍ନାଥ ପ୍ରଧାନ, ସୁଶାନ୍ତ ମଲ୍ଲିକ, । ଗୌତମ ରାୟ, ରାଜେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ମୁହଁରେ ମାସ୍କ ପରିଧାନ କରି ସଙ୍ଗୀତ ଗାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget