loading...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳଙ୍କ ବିକ୍ଷୋଭ।

ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ (ଏମଏଲ) ଲିବରେସନ ଏବଂ ଏଆଇଏଫବି ପକ୍ଷରୁ ଧାରଣା ଦିଆଯାଇ ଏହି ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା ।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳଙ୍କ ବିକ୍ଷୋଭ।

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପ୍ରସ୍ତୁତି ନ କରି ଲକ୍ଡାଉନ, ସଟ୍ଡାଉନ ଘୋଷଣା କରି ସାଧାରଣ ଲୋକଙ୍କୁ ଅଗଣତାନ୍ତ୍ରିକ ଭାବରେ ଘରେ ବନ୍ଦୀ କରି ରଖି ପ୍ରତ୍ୟେକ ଦିନ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ସହିତ ବିଭିନ୍ନ ପ୍ରକାର ଶ୍ରମିକ, କୃଷକ ବିରୋଧ ଆଇନ ପ୍ରଣୟନ କରି ଜନଜୀବନକୁ ଅତିଷ୍ଠ କରୁଥିବା ପ୍ରତିବାଦରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ (ଏମଏଲ) ଲିବରେସନ ଏବଂ ଏଆଇଏଫବି ପକ୍ଷରୁ ଧାରଣା ଦିଆଯାଇ ଏହି ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । 

ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଲାବେଳେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ପିଛା ଅଶୋଧୂତ ତୈଳଦର ୧୧୦ ଡଲାର ଥିଲାବେଳେ ଏହା ଯଥେଷ୍ଟ ହ୍ରାସ ପାଇ ୪୦ ଡଲାରରେ ପହଞ୍ଚିଛି । କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ୧୩ଥର ଅବକାରୀ ଶୁକ୍ଳ ବୃଦ୍ଧି ଘଟାଇବା ଫଳରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। କମ୍ପାନୀମାନଙ୍କୁ ମୁନାଫା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର । ଯାହାଫଳରେ ୨୩ ଟଙ୍କାର ତୈଳ ଆଜି ୮୦ ଟଙ୍କାରେ ବିକ୍ରି ହେଉଛି । ଗତ ୪ ମାସ ମଧ୍ୟରେ ସଡାଉନ, ଲକଡାଉନ ଫଳରେ ଡିଜେଲ, ପେଟ୍ରୋଲ ବ୍ୟବହାର କମିଯାଇଛି । କମ୍ପାନୀ ମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ଦରବୃଦ୍ଧି କରି ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଉଛନ୍ତି ଓ ଏହାର ପ୍ରଭାବ ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ପଡୁଛି ବୋଲି ବାମପନ୍ଥୀ ଦଳର ବକ୍ତାମାନେ ଅଭିଯୋଗ କରିଥିଲେ । 

ତୁରନ୍ତ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ ସହିତ ପେଟ୍ରୋଲ, ଡିଜେଲ ଦର କମାଇବା, କରୋନା ସମୟରେ ଲୋକେ ହନ୍ତସନ୍ତ ହେଉଥିଲାବେଳେ ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି. ଚାଉଳ ଦେବା ଓ ଆୟକର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ୭୫୦୦ ଟଙ୍କା ୬ ମାସ ପର୍ଯ୍ୟନ୍ତ ଯୋଗାଇଦେବାକୁ ଦାବି କରାଯାଇଥିଲା । ଏହି ଆନ୍ଦୋଳନରେ ସିପିଆଇ ପକ୍ଷରୁ ଆଶିଷ କାନୁନ୍‌ଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା; ସିପିଆଇ(ଏମ) ପକ୍ଷରୁ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ଜଗନ୍ନାଥ ମିଶ୍ର, ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ଯୁଧୁଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ ପକ୍ଷରୁ ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣ ପାଢ଼ୀ ପ୍ରମୁଖ ନେତୃତ୍ବ ନେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget