ଭୁବନେଶ୍ୱର : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଆଜି ପଦାରେ ପଡ଼ିଛି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କର ଆଦ୍ୟ ସେବକ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଏହା ପଛର ସତ୍ୟତା ପର୍ଦାଫାଶ କରିଛି । ନିଜ ବକ୍ତବ୍ୟରେ ସେ କହିଛନ୍ତି ମାର୍ଚ୍ଚ ୨୪ ରେ କରୋନା ପାଇଁ ଲଡାଉନ୍ ଘୋଷଣା ହେବା ପରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ହେବା ଅସମ୍ଭବ ଜାଣି ଏ ସଂପର୍କରେ ନିଷ୍ପତି ନେବାକୁ ଏପ୍ରିଲ୍ ୧୫ ରେ ଆଇମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇ ଦର୍ଶାଇ ଥିଲେ । ଋକୁଣା ରଥଯାତ୍ରା ବନ୍ଦ ହେବା ପରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଆଇନ୍ ମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବ କୌଣସି ପଦକ୍ଷେପ ନେଇ ନଥିଲେ ।
ରଥଯାତ୍ରା ପାଖେଇ ଆସୁଥିବା ବେଳେ ସରକାର ଏ ବାବଦରେ କିଛି ସ୍ପଷ୍ଟ କରିନଥିବାରୁ ଏପ୍ରିଲ୍ ୨୬ ତାରିଖରେ ଆଦ୍ୟ ସେବକ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖୁ ପରିଚାଳନା କମିଟିର ଭାବନା ଭକ୍ତଶୂନ୍ୟ ରଥଯାତ୍ରାର ପ୍ରସ୍ତାବ ସଂପର୍କରେ ଦର୍ଶାଇଥିଲେ । କିନ୍ତୁ କୌଣସି ଉତର ଆସିନଥିଲା । ମଇ ୪ ତାରିଖରେ ମ୍ୟାନେଜଂ କମିଟିର ବୈଠକ ବସିଲା ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମତ ଲୋଡିଲେ । ମଇ ୭ ତାରିଖରେ କୋଭିଡ଼ ନିୟମ ପାଳନ କରି ରଥଯାତ୍ରା ଅନୁଷ୍ଠିତ କରାଇବାକୁ କେନ୍ଦ୍ର ସରକାର କହିଥିଲେ । ରଥଯାତ୍ରାକୁ ବନ୍ଦ କରିବାକୁ ମାନ୍ୟବର ହାଇକୋର୍ଟରେ ଯାଚିକା ଦାଖଲ ହେବା ପରେ ଜୁନ୍ ମାସ ୯ ତାରିଖରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏ ବାବଦରେ ନିଷ୍ପତି ନେବା ପାଇଁ କହିଥିଲେ ମଧ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତି ନେଲେନାହିଁ ।
ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଓ ଭାରତ ବିକାଶ ପରିଷଦ ଭଳି କେତେକ ସମାଜସେବୀ ସଂସ୍ଥା ପ୍ରାୟୋଜିତ ଭାବେ ରଥଯାତ୍ରା ବନ୍ଦ କରିବାକୁ ଅପିଲ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲଙ୍କ ଭଳି ଜଣେ ନାମୀଦାମୀ ଓକିଲ ସରକାରଙ୍କ ତରଫରୁ ପକ୍ଷ ରଖୁଥଲେ । ଓଡ଼ିଶାବାସୀଙ୍କର ଆଶା ଥିଲା ସରକାର ବୋଧହୁଏ ରଥଯାତ୍ରା କରିବା ପାଇଁ ବୋଲି ଦର୍ଶାଇ ପିଟିସନର ତଥ୍ୟକୁ ସମର୍ଥନ କରି ରଥଯାତ୍ରା ବନ୍ଦ କରିବାକୁ ଯୁକ୍ତି ବାଢିଥିଲେ । ଜୁନ୍ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା ।
ଏଠାରେ ପ୍ରଶ୍ନ ଉଠେ :-
୧. ରାଜ୍ୟ ସରକାର ରଥଯାତ୍ରା ବନ୍ଦ ରଖୁବା ପାଇଁ ଓଡିଶା ଜନସାଧାରଣଙ୍କ ଟିକସ ପଇସାରେ ଏଭଳି ନାମୀଦାମୀ ଓକିଲଙ୍କୁ ନିଯୁକ୍ତି କରିଥିଲେ କାହିଁକି ?
୨. କ’ଣ ପାଇଁ ହରିଶ ସାଲଭେ ବିକଳ୍ପ ବ୍ୟବସ୍ଥା ଅର୍ଥାତ ଭକ୍ତଶୂନ୍ୟ ରଥଯାତ୍ରା କରିବା ସଂପର୍କରେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଇନଥିଲେ ?
୩. ରାଜ୍ୟ ସରକାରଙ୍କ ଆଇନ୍ ପରାମର୍ଶଦାତା ଆଡଭୋକେଟ୍ ଜେନେରାଲ ତାଙ୍କୁ ସଠିକ୍ ତଥ୍ୟ ଦେଇନଥିଲେ କାହିଁକି ? ଏଥିପାଇଁ ଆଡଭୋକେଟ୍ ଜେନେରାଲ ସଂପୂର୍ଣ୍ଣ ରୂପେ ଦାୟୀ ।
୪. ୫-ଟି ସଚିବଙ୍କ ଦ୍ବାରା ପ୍ରଚାରିତ ‘ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ବଡ ଭକ୍ତ’ । ଏହା ଯଦି ସତ୍ୟ, ତେବେ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଆନ୍ତରିକତା ଉପରେ ଏହି ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
୫. ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲ ମିଳିମିଶି ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବାର ଷଡଯନ୍ତ୍ର କରିଥିଲେ, ତାହା ଆଜି କାହାକୁ ଅଛପା ନାହିଁ ।
କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳୁଥିବା ରାଜ୍ୟ ସରକାର ଓ ଆଡଭୋକେଟ୍ ଜେନେରାଲଙ୍କ ଚଞ୍ଚକତାକୁ ବରଦାସ୍ତ କରାଯିବ ନାହିଁ । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜଗତରନାଥ ଜଗନ୍ନାଥଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବା ସରକାର, ଏଭଳି ଅପରିଣାମଦର୍ଶୀ ଓ ଜନବିରୋଧ କାର୍ଯ୍ୟରେ ଲିପ୍ତଥିବା ଆଇମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କ ବହିଷ୍କାର ଦାବି ଯଦି ୪୮ ଘଣ୍ଟା ମଧ୍ୟରେ ଏମାନଙ୍କୁ ବହିଷ୍କାର କରାନଯାଏ ତେବେ ପ୍ରଦେଶ ଯୁବ କଂଗ୍ରେସ ଆନ୍ଦୋଳନକୁ ଜୋଦାର କରିବ ଓ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଉଛି ।
Post a Comment