loading...

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲି ନାମରେ ନାମିତ ହେଲା ନୂଆ କମ୍ପାନୀ।

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲି ନାମରେ ନାମିତ ହେଲା ନୂଆ କମ୍ପାନୀ।

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲି ନାମରେ ନାମିତ ହେଲା ନୂଆ କମ୍ପାନୀ।

ଭୁବନେଶ୍ୱର : ଆଜିଠାରୁ ‘ସେସୁ’ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି । ଏଥୁ ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାୱାର ସେଣ୍ଡାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲି ନାମରେ ନାମିତ ହେବ । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ ଅଫ୍ ଡାଇରେକ୍ଟର୍ସ ରହିବେ । 

ସେଥିରେ ଟାଟା ପାୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ୪ ଜଣ ଡାଇରେକ୍ଟର ରହିବେ । ବୁଝାମଣା ଅନୁଯାୟୀ ବର୍ଭମାନ ଗ୍ରୀଡକୋର ଅଧ୍ୟକ୍ଷ ଶ୍ରୀ ସୌରଭ ଗର୍ଗ ଏହି ବୋର୍ଡର ଡାଇରେକ୍ଟର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବେ । ତତ୍‌ବ୍ୟତୀତ ଯେଉଁ କର୍ମଚାରୀମାନେ ସେସୁ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍ ନୂତନ କମ୍ପାନୀରେ କାର୍ଯ୍ୟ କରିବେ । ତାଙ୍କର ଚାକିରି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାୱାର ଅଧୀନକୁ ଆସିଛି । ଏଥିରେ ଭୁବନେଶ୍ବରର ୨ଟି ସର୍କଲ, ଢେଙ୍କାନାଳ, କଟକ ଓ ପାରାଦୀପର ଗୋଟିଏ ଲେଖାଏଁ ସର୍କଲ ରହିଛି । 

ଏହି ସର୍କଲଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ମଧ୍ୟରେ ଅନ୍ତର୍ଗତ । ‘ସେସୁ’ ଟାଟା ପାୱାରକୁ ଯିବା ପରେ ପୂର୍ବରୁ କମ୍ପାନୀ ସମ୍ମୁଖୀନ ହେଉଥିବା ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ରୋକାଯାଇ ପାରିବ । ବିଦ୍ୟୁତ ସେବାରେ ଉନ୍ନତି ଆଣିବା, ଉନ୍ନତ ମାନର ବିଦ୍ୟୁତ ବଣ୍ଟନ ଏବଂ ସୁବ୍ୟବସ୍ଥିତ ବିଦ୍ୟୁତ ଦେୟ ଆଦାୟ ହୋଇପାରିବ ବୋଲି ଆଶା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ବିକ୍ରି ପ୍ରକ୍ରିୟା ଚାଲିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେ ପରିଣତ ହେବା ଧାର୍ଯ୍ୟ ହୋଇଥିଲା । ତେବେ କୋଭିଡ୍ ପାଇଁ ଏହି ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget