ଭୁବନେଶ୍ୱର : ଓଡ଼ିଶାରେ ମହାମାରୀ କରୋନା ବ୍ୟାପ୍ତିକୁ ପ୍ରତିରୋଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ -ଡାଉନ୍କୁ କୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖୁବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୀତ ଗୋବିନ୍ଦ ଭବନରୁ ଗଣମାଧ୍ୟମକୁ ସୂଚନା | ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୁରଦର୍ତ୍ତୀ ପଦକ୍ଷେପ ଯୋଗୁ ରାଜ୍ୟ କୋଭିଡ୍ –୧୯ ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଜୁନ୍ ମାସଟି ଆମ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ତେଣୁ ଆମକୁ ଲଢ଼େଇ ଜାରି ରଖୁବାକୁ ପଡିବ ।
ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗ ଦେଇ ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ ଲକ୍ ଡାଉନ କୋହଳ କେବଳ ଜିବୀକାର୍ଜନରେ ସହାୟତା ପାଇଁ ଉଦ୍ଧିଷ୍ଟ । ଏହାକୁ ମନୋରଂଜନ ବୋଲି ଭାବି ଢ଼ିଲା ଦେଲେ ଆମେ ସମସ୍ତେ ବିପଦରେ ପଡିବା । ଆଜି ପର୍ଯ୍ୟନ୍ତ ପୋଲିସ୍ ସଚେତନତାମୂଳକ ବାରଣ କରୁଥିଲା । ଏଥର ପୋଲିସ୍ ଅବମାନନାକାରୀଙ୍କ ବିରୁଦ୍ଧରେ ଆରେଷ୍ଟ, ମକଦ୍ଦମା ଓ ଜୋରିମାନା ପରି କଠୋର କାର୍ଯ୍ୟାନୁଷ୍ଠାନ କରିବ । ଲକ୍ -ଡାଉନ୍ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ପୂର୍ବଥର ପରି ଏଥର କଣ୍ଟନମେଣ୍ଟ ଜୋନ୍ରେ ଲଡାଉନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସଂପୃକ୍ତ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରମାନେ କଣ୍ଟନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ । କଣ୍ଟମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ । ସଘନ 'କଣ୍ଟାକ୍ଟ, ଟ୍ରେସିଂ ଘରକୁ ଘର ନିରୀକ୍ଷଣ ଏବଂ ଆବଶ୍ୟକୀୟ ଚିକିତ୍ସା ସମ୍ବନ୍ଧିତ କାର୍ଯ୍ୟକ୍ରମ କରାଯିବ ।
ଧର୍ମସ୍ଥାନ, ସର୍ବସାଧାରଣଙ୍କ ପୂଜା ପାଇଁ ଉଦ୍ଧିଷ୍ଟ ସ୍ଥାନ, ସପିଂ ମଲ୍, ସିନେମାହଲ୍, ଜିମ୍ନାସିଅମ୍, ସୁଇମିଂ ପୁଲ, ମନୋରଂଜନ ପାର୍କ, ଥିଏଟର, ବାର, ପ୍ରେକ୍ଷାଳୟ, ସମେତ ସ୍ଥାନ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ, ତାଲିମ ଏବଂ କୋଚିଂ ସେଣ୍ଟର ଆଦି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲମାନେ ନିଜ ରହଣୀ-ଦକ୍ଷତାର ଶତକଡା ୩୦ ଭାଗ ମଧ୍ୟରେ କାରବାର କରିବେ । ରେସ୍ତୋରାଂ କେବଳ ଅନ୍ତେବାସୀ ଅତିଥିମାନଙ୍କ ପାଇଁ ଖୋଲିବ । ତେବେ ରେସ୍ତୋରୀମାନେ 'ହୋମ୍ ଡେଲିଭରି' ବା 'ଟେକ୍ ଓ ଫୁଡ୍' ନିମନ୍ତେ କାରବାର କରିପାରିବେ । ମାସ୍କ ପିନ୍ଧିବା, ୬ ଫୁଟର ସାମାଜିକ-ଦୂରତା ରକ୍ଷା କରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଆଦି ନିର୍ଦ୍ଦେଶକୁ ଦୃଢ଼ଭାବେ କାର୍ଯ୍ୟକାରୀ କରାଯିବ । ଦୋକାନୀମାନେ ନିଜ ନିଜ ଦୋକାନରେ ସାମାଜିକ ଦୁରତା ନିୟମ ନିଶ୍ଚିତ କରାଇବେ ।
ଦୋକାନର ଆକାର ଅନୁସାରେ ଏକ ସମୟରେ ୨ ରୁ ୫ ଜଣ ମଧ୍ୟରେ ଗ୍ରାହକ ଦୋକାନ ଭିତରେ ରହିପାରିବେ । ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା ୫୦ ଭିତରେ ଏବଂ ଅନ୍ତିମ ସଂସ୍କାରିରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ୨୦ ଭିତରେ ସିମୀତ ରହିବ । ସଂନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ ସାରା ରାଜ୍ୟରେ ଜାରି ରହିବ । ତେବେ ଆବଶ୍ୟକୀୟ ସେବା, ପରିଚୟ ପତ୍ରଥିବା ଆଇ.ଟି.କଂପାନୀ, ଶିକ୍ଷାନୁସ୍ତାନ କର୍ମଚାରୀ ମାନଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ । ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ପୁନଶ୍ଚ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଟି ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ମାନଙ୍କରେ ସଟ୍-ଡାଉନ୍ ଜାରି ରହିବ । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରଖ, ବାଲେଶ୍ବର ଏବଂ ବଲାଙ୍ଗିର । ସଟ୍-ଡାଉନ୍ ସମୟରେ ଆବଶ୍ୟକୀୟ ସେବା, ବୈଦ୍ୟୁତିକ ଗଣମାଧ୍ୟମ, ଶିଳ୍ପ ନିର୍ମାଣ ଏବଂ ସେବା ଯୋଗାଣ ସଂସ୍ଥାକୁ କାର୍ଯ୍ୟକ୍ରମ ଚାଲୁ ରଖୁବାକୁ ଅନୁମତି ମିଳିବ ।
ସଂଗରୋଧ (କ୍ବରେଣ୍ଟାଇନ୍) ବିଷୟରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଅନ୍ୟ ରାଜ୍ୟରୁ ଗ୍ରାମାଞ୍ଚଳକୁ ଫେରୁଥିବା ସମସ୍ତ ଲୋକ ସଂଗରୋଧରେ ରହିବେ । ରୋଗର କୌଣସି ଲକ୍ଷଣ ନଥିବା ଲୋକ ୭ ଦିନ ସରକାରୀ ସଂଗରୋଧ ଏବଂ ତାପର ୭ ଦିନ ନିଜଘର ସଂଗରୋଧରେ ରହିବେ । ଏହି ସମୟ ମଧ୍ୟରେ ରୋଗର ଲକ୍ଷଣ ଦେଖାଗଲେ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ ତାଙ୍କୁ କରୋନା କେୟାର ସେଣ୍ଟର ବା କୋଭିଡ୍ -ହସ୍ ପିଟାଲ୍କୁ ନିଆଯିବ । ସେହିପରି ସହରାଞ୍ଚଳରେ ଓଡ଼ିଶା ଫେରନ୍ତାମାନେ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ବରେଣ୍ଟାଇନ୍ ରେ ରହିବେ । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବା ଓଡ଼ିଶାରୁ ଅନ୍ୟରାଜ୍ୟକୁ ୭୨ ଘଣ୍ଟା ମଧ୍ୟରେ ଯିବା ଆସିବା କରୁଥିବା ବ୍ୟବସାୟୀ, ଉଦ୍ୟୋଗୀ, ପ୍ରଫେସନାଲ୍, ସରକାରୀ କର୍ମଚାରୀ ଆଦି ମାନଙ୍କୁ କ୍ବରେଣ୍ଟାଇନ୍ ରେ ରହିବାକୁ ପଡିବନାହିଁ ।୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି, ଡାଇବେଟିସ୍, କ୍ୟାନସର ଆଦି ରୋଗରେ ପୀଡିତଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଘର ଭିତରେ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।
ତେବେ ଜରୁରୀକାଳୀନ ଚିକିତ୍ସା ପାଇଁ ଏହି ସମ୍ବେଦନଶୀଳ ବ୍ୟକ୍ତିମାନେ ଡ଼ାକ୍ତରଖାନା ଯିବା ଆସିବା କରିପାରିବେ । ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଲେ ଯେ ଏହି ଲକ୍ ଡାଉନ୍ ସମୟରେ ସମସ୍ତ ନିୟମକୁ କଡ଼ାକଡ଼ିଭାବେ ଲାଗୁ କରାଯିବ । ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍ ର ଧାରା ୫୧ ରୁ ୬୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୮୮ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Post a Comment