ନୂଆଦିଲ୍ଲୀ/ ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାଫି ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବ କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଭି.ପି ସିଂହ ବଦନୋର ଉପସ୍ଥିତ ଥିଲେ । ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି ।
ଏହି ଷ୍ଟେସନରେ ବିଦ୍ୟୁତଚାଳିତ ଗାଡିର ବ୍ୟାଟେରି ସରିଯାଇଥିଲେ ପୂର୍ବରୁ ଚାର୍ଜ ହୋଇଥିବା ବ୍ୟାଟେରିକୁ ବଦଳାଇ ଗ୍ରାହକମାନେ ଚାର୍ଜ ଥିବା ବ୍ୟାଟେରି ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଗଡ ଏବଂ ଅନ୍ୟ ୨୦ଟି ସ୍ଥାନରେ ଏହିଭଳି ଷ୍ଟେସନର ପ୍ରତିଷ୍ଠା କରାଯାଇଛି । ବିଦ୍ୟୁତଚାଳିତ ଗାଡିର maintenance ଖର୍ଚ୍ଚକୁଏହା ଦ୍ଵାରା ହ୍ରାସ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ ।
ବ୍ୟାଟେରିଂ ସ୍ଵାଫି ସୁବିଧାର ଲୋକାର୍ପଣ ଏ ଦିଗରେ ବଡ ପଦକ୍ଷେପ ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ବଢାଇବ । ଆଗାମୀ ଦିନରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତ୍ତନର ରାସ୍ତା ନିଜ ଉପାୟରେ ବାହାର କରିବ । ଭାରତ ସରକାରଙ୍କ ତୈଳ ଏବଂ ଗ୍ୟାସ କମ୍ପାନୀ ଟେକ୍ନୋଲୋଜି ମାଧ୍ୟମରେ ନାଗରିକ ମାନଙ୍କୁ ସ୍ଥାୟୀ, ସୁବିଧାଜନକ ଓ ସୁଲଭ ଉର୍ଜା ପ୍ରଦାନ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment