loading...

କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସାର୍ଥକ ସୃଷ୍ଟି। ପ୍ରକୃତି, ଗୌରବ ଓ ଐତିହ୍ୟ ବର୍ଣ୍ଣନାରେ ସମୁନ୍ନତ।

ଓଡ଼ିଶାର ଜାତୀୟ ଗୀତ ଭାବରେ ସ୍ଵୀକୃତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ଗୌରବ ବର୍ଣ୍ଣନାରେ ସମୁନ୍ନତ ।

କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସାର୍ଥକ ସୃଷ୍ଟି। ପ୍ରକୃତି, ଗୌରବ ଓ ଐତିହ୍ୟ ବର୍ଣ୍ଣନାରେ ସମୁନ୍ନତ।

ଭୁବନେଶ୍ୱର : ଓଡ଼ିଶାର ଜାତୀୟ ଗୀତ ଭାବରେ ସ୍ଵୀକୃତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ଗୌରବ ବର୍ଣ୍ଣନାରେ ସମୁନ୍ନତ । କାବିକ ସାଧନାର ଉଚ୍ଚତମ ସୋପାନରେ ପହଞ୍ଚିଥିବା କାନ୍ତକବିଙ୍କ ଏପରି ରଚନା ଓଡ଼ିଆ ସାହିତ୍ୟରେ ଦୁର୍ଲଭ ବୋଲି ମତ ପ୍ରକାଶ ପାଇଛି । କୋଭିଡ୍ – ୧୯ ପରିଦୃଶ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ୪୨ ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଡିଜିଟାଲ୍ ମାଧ୍ୟମରେ ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । 

ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ବରିଷ୍ଠ ସାମ୍ବାଦିକ ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହି ସଂଗୀତକୁ ଅତ୍ୟନ୍ତ ଶକ୍ତିଶାଳୀ ଓ ଭାବଗର୍ଭକ ଜାତୀୟ ସଂଗୀତ ଭାବରେ ବର୍ଣ୍ଣନା କରିଥିବାବେଳେ ରାଜ୍ୟ ସରକାର ଏହାକୁ ରାଜ୍ୟ ସଂଗୀତ ମର୍ଯ୍ୟାଦା ଦେଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏପରି ମାନ୍ୟତା ପ୍ରଦାନ କାନ୍ତକବିଙ୍କ କାବିକ ବ୍ୟକ୍ତିତ୍ଵ ପ୍ରତି ସମୁଚିତ ସମ୍ମାନ ଓ ସେହି ସଂଗୀତର ପ୍ରଭାବଶାଳୀ ଦିଗକୁ ଆନ୍ତରିକ ସମର୍ଥନ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

ଶ୍ରୀ ମହାପାତ୍ର ଏହି ମର୍ମରେ କାନ୍ତକବିଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟିକ କୃତିତ୍ବ ବର୍ଣ୍ଣନା କରିବା ସହିତ ତାଙ୍କର ଆତ୍ମଜୀବନୀ ଆଧାରିତ ବହୁ ଘଟଣା ବର୍ଣ୍ଣନା କରିଥିଲେ ଏବଂ ବିଭିନ୍ନ ସାରସ୍ଵତ କୃତିର ଆକଳନ କରି ସେ ଯେ ପୁରାତନ ଓ ଆଧୁନିକ ସାହିତ୍ୟ ମଧ୍ୟରେ ଏକ ସଂଯୋଗ ସେତୁ ଭାବରେ କାର୍ଯ୍ୟ  କରୁଥିଲେ, ତାହା ଦର୍ଶାଇଥିଲେ । ଓଡ଼ିଆ ସାହିତ୍ୟର ଏହି ବିସ୍ମୟକର ପ୍ରତିଭାଙ୍କ ରଚିତ ସଂଗୀତ ସ୍ବତନ୍ତ୍ର । ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର କର୍ଣ୍ଣଧାର ‘ଉତ୍କଳ ସମ୍ମିଳନୀ’ର ଏକତା ମନ୍ତ୍ର ହୋଇ ସମଗ୍ର ରାଜ୍ୟ ରେ ଉନ୍ମାଦନା ସୃଷ୍ଟି କରିଥିଲା ବୋଲି ଶ୍ରୀ ମହାପାତ୍ର ଦର୍ଶାଇଥିଲେ । 

୧୯୩୪ରେ ଭଦ୍ରକ ହାଇସ୍କୁଲ୍‌ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ଉପାଧି ପ୍ରଦାନ କରାଯାଇଥିଲା କଥା ଶ୍ରୀ ମହାପାତ୍ର ଦର୍ଶାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ତାଙ୍କ ବକ୍ତବ୍ୟରେ କାନ୍ତକବିଙ୍କ ସାରସ୍ବତ ଅବଦାନ ଓ ଏପରି ସଂଗୀତ ରଚନାରେ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ନିମନ୍ତେ ତାଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୁଲେମାନ୍ ଅଲ୍ଲୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କୁ ନୈବେଦ୍ୟ ଅର୍ପଣ ପରେ ମୁଖ୍ୟବକ୍ତା ଶ୍ରୀ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget