loading...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ତୃଷାର ସ୍କୁରିଟେବୁଲ ଟ୍ରଷ୍ଟ।

ଅଗ୍ରଣୀ ଅନୁଷ୍ଠାନ ତୁଷାର ଗରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ ସେମାନଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ତୃଷାର ସ୍କୁରିଟେବୁଲ ଟ୍ରଷ୍ଟ।


ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମ ଅଧିନ ୱାର୍ଡ଼ ନଂ- ୨୮ସ୍ଥିତ ସୁନାଦେଇ ମନ୍ଦିର ପ୍ରାଙ୍ଗଣରେ ମହାମାରୀ କରୋନା ବିପକ୍ଷରେ ଯୁଦ୍ଧ ଚଳାଇଥିବା କରୋନା ଯୋଦ୍ଧାମାନଙ୍କୁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ତୁଷାର ଗରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ ସେମାନଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । 

ଏକ ନିରାଡ଼ମ୍ବର ଉତ୍ସବରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ କରୋଳା ଯୋଦ୍ଧାମାନଙ୍କୁ ସମ୍ବନ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁପକାର, ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟ ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ନବକିଶୋର ବେହେରା, ଗୋଲକ ବିହାରୀ ନାୟକ, ପ୍ରଫୁକୁ ମହାନ୍ତି, ଫେଲୁ ମହାନ୍ତି, ତ୍ରିନାଥ ମହାରଣା, ରାମ ମାଝା, ସୁଶାନ୍ତ ରାଉତ ଏବଂ ଅମିତାଭ ପାଣିଆ ପ୍ରମୁଖ ଯୋଗ ଦେଇଥିଲେ । 

ଏହି ଅବସରରେ ମୀନାକ୍ଷୀ ପଟ୍ଟନାୟକ, ସୁପରଭାଇଜର ଆରତି ମରୀ ସୁବୁଦ୍ଧି, ସ୍ବାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସିଂ, ପ୍ରିୟଦର୍ଶିନୀ ବେହେରା, ଅଞ୍ଜଳି ଦାସ, ବିନୋଦିନୀ ଦେଇ ଓ ସୁନିତା ଦଇରିଗଞ୍ଜନକୁ ସମ୍ବର୍ଦ୍ଧିତ କରାଯିବା ସହିତ ସାବିତ୍ରୀ ମହାନ୍ତି, ଆଶାକର୍ମୀ, ନଜମାନବି, ସହାୟିକା ଜୟନ୍ତୀ ନାୟକ, ପ୍ରମିଳା, ସନ୍ଧ୍ୟାରାଣି ମିଶ୍ର ଓ ସୁଷମା ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ବାରିକ ସଭା ପରିଷ୍ଟଳନା କରିବା ସହିତ ସମସ୍ତ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget