ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ସତ୍ୟବ୍ରତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗରେ ଯୋଗଦାନ ପରେ ସେ ଲୋକସେବା ଭବନ ଯାଇ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧୁକାରୀମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଶିଳ୍ପାୟନ, ଜାତୀୟ ଅର୍ଥନୀତି ଓ କର୍ମସଂସ୍ଥାନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଥିବା ଏବଂ କୋଭିଡ୍ ପରିପ୍ରେକ୍ଷୀରେ ଏହାକୁ ଦକ୍ଷତାର ସହ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଶ୍ରୀ ସାହୁ କେନ୍ଦ୍ରକୁ ଡେପୁଟେସନ୍ରେ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଭାବେ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓ କେବିକେ ଜିଲ୍ଲା ଗୁଡ଼ିକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ୧୯୯୧ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ କେନ୍ଦ୍ରରେ ଡେପୁଟେସନ୍ରେ ଦୀର୍ଘ ୭ ବର୍ଷ ଧରି ଗ୍ରାମୀଣ ପାନୀୟ ଜଳ, ଜାତୀୟ ରାଜପଥ ଆନ୍ତର୍ଜାତିକ ସୀମା ଅଞ୍ଚଳ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରେ ଯୁଗ୍ନ ସଚିବ ଓ ଅତିରିକ୍ତ ସଚିବ ଭାବେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି ।
Post a Comment