loading...

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ, ଘରେ ବଣ୍ଟନ କରାଗଲା ଶୁଖୁଲା ରାସନ୍। ପ୍ରବାସୀ ମହିଳା ଓ ଶିଶୁ ଅଙ୍ଗନବାଡ଼ି ତାଲିକାଭୁକ୍ତ ।

କୋଭିଡ୍ – ୧୯ କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ, ଘରେ ବଣ୍ଟନ କରାଗଲା ଶୁଖୁଲା ରାସନ୍। ପ୍ରବାସୀ ମହିଳା ଓ ଶିଶୁ ଅଙ୍ଗନବାଡ଼ି ତାଲିକାଭୁକ୍ତ ।

ଭୁବନେଶ୍ବର : କୋଭିଡ୍ – ୧୯ କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ଆଇସିଡ଼ିଏସ୍ ପ୍ରକଳ୍ପ ଅଧୀନରେ ଶୁଖୁଲା ରାସନ ବଣ୍ଟନ କରାଯାଇଛି । କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧୁକାରୀମାନଙ୍କ ଘରକୁ ଘର ପହଞ୍ଚ ଜୁଲାଇ ମାସ ପାଇଁ ଶୁଖୁଲା ରାସନ୍ ବଣ୍ଟନ କରିଛନ୍ତି । 

ଏଣୁ ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ଶୁଖୁଲା ରାସନ ବଣ୍ଟନ କରିଛନ୍ତି । ଏହି ବଣ୍ଟନ ପ୍ରକ୍ରିୟାକୁ ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟମାନେ ଯାଞ୍ଚ କରୁଛନ୍ତି । ଏହା ଦ୍ଵାରା ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ୬ ମାସରୁ ୬ ବର୍ଷ ବୟସର ଶିଶୁ ଉପକୃତ ହେଉଛନ୍ତି । ପ୍ରକାଶ ଥାଉ କି କୋଭିଜ୍- ୧୯ ପରିସ୍ଥିତିରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧୁକାରୀମାନଙ୍କୁ ସମନ୍ବିତ ପୁଷ୍ଟିସାଧନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ମଧ୍ୟ ଶୁଖୁଲା ରାସନ ଦେବା ନିମନ୍ତେ ବିଭାଗ ତରଫରୁ ଜିଲ୍ଲା ଅଧିକାରୀମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । 

ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ପଞ୍ଚାୟତ ଅଧୀନରେ କ୍ୟାରାଣ୍ଟାଇନ୍‌ରେ ରହିଥିବା ଗର୍ଭବତୀ ଏବଂ ଶିଶୁଙ୍କୁ ମଧ୍ୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶୁଖୁଲା ରାସନ ଯୋଗାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରି ଅଙ୍ଗନବାଡ଼ି ସେବା ତାଲିକାଭୁକ୍ତ ହୋଇଥିବା ୫,୫୩୮ ଗର୍ଭବତୀ ମହିଳା ୨୩, ୮୦୮ ଶିଶୁଙ୍କୁ ଶୁଖୁଲା ରାସନ ଯୋଗାଇ ଦିଆଯାଇଛି । ଏହି ବଣ୍ଟନ ସମୟରେ କୋଭିତ୍–୧୯ ନିୟମାବଳୀକୁ ସଠିକ୍ ଭାବେ ପାଳନ କରାଯାଉଛି ।

ଛତୁଆ ମିଶ୍ରଣ ଓ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରଖୁବା ନିମନ୍ତେ ‘ମୋ ଛତୁଆ” ଆପ୍ସର ବିକାଶ କରାଯାଇଛି । ଏହି ଆପ୍ସରେ କଞ୍ଚାମାଲ ସଂଗ୍ରହଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ତଥା ଉପଲବ୍ଧ ହେଉଛି । ହିତାଧୁକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶୁଖୁଲା ରାସକୁ ବାସ୍ତବିକ ହିତାଧୁକାରୀମାନେ ଉପଯୋଗ କରୁଛନ୍ତି କି ନାହିଁ ତାହା ନିୟମିତ ଭାବେ ତଦାରଖ କରିବା ନିମନ୍ତେ ସମନ୍ବିତ ଶିଶୁ ବିକାଶ ଯୋଜନାର କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ବିଶେଷ କରି ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍) ଏବଂ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ ମାନଙ୍କ (ମା) ପୁଷ୍ଟିସାଧନ ଉପରେ ସ୍ଵତନ୍ତ୍ର ଧାନ ଦେବାକୁ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget