ଭୁବନଶ୍ଵର : ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ "ନନ୍ଆଟାଚଡ୍ ଆଟାଚମେଣ୍ଟ" ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭାଶୁ ପଣ୍ଡା ରାଜଭବନ ପରିସରରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଏ ଅବସରରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଉପସ୍ଥିତ ଥିଲେ।
ପୁସ୍ତକ ପ୍ରକାଶ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି । ପୁସ୍ତକଟି ଶ୍ରୀମଦ୍ ଭଗବଗୀତାର କର୍ମଯୋଗ ଉପରେ ଆଧାରିତ। ଏ ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଗୀତାକୁ କୌଣସି ଧର୍ମ, ଦେଶ ବା କାଳଖଣ୍ଡ ଭିତରେ ବାନ୍ଧିହେବନାହିଁ । ଏ ଗ୍ରନ୍ଥ ସବୁ କାଳରେ ସବୁ ଲୋକଙ୍କ ପାଇଁ ଉପଯୋଗୀ । ଗୀତା କ୍ଷୁଦ୍ର ପୁସ୍ତକ ହେଲେ ହେଁ ଏହାର ବ୍ୟାଖ୍ୟା ପାଇଁ ବିଶାଳ ଗ୍ରନ୍ଥ ମଧ୍ୟ ନିଅଣ୍ଟ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।
କରୋନା କଟକଣା ସମୟରେ ‘ନନ୍ଆଟାଚଡ୍ ଆଟାଚମେଣ୍ଟ’କୁ ପୁସ୍ତକାଳୟମାନଙ୍କରେ ଉପଲବ୍ଧ କରାଇବା କଷ୍ଟସାଧ୍ୟ ଥିବାବେଳେ ଆଗ୍ରହୀ ପାଠକମାନେ ଏହାକୁ । ଆମାଜନ୍ ଅନ୍ଲାଇନ୍ store ରୁ କିଣିପାରିବେ ବୋଲି ପ୍ରକାଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ପୁସ୍ତକ ପ୍ରଦାନ ସମୟରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ମଧ୍ୟ ଉପସ୍ଥିତ ଥିଲେ।
Post a Comment