loading...

ସବୁଜ ଭାରତ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ୨୫ ୟୁନିଟ୍ ରକ୍ତ ସଂଗୃହିତ ।

ସବୁଜ ଭାରତ ତରଫରୁ ଆଜି ସକାଳ ୯ ଘଟିକା ସମୟରେ ସ୍ଥାନୀୟ ୟୁନିଟ-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ସବୁଜ ଭାରତ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ୨୫ ୟୁନିଟ୍ ରକ୍ତ ସଂଗୃହିତ ।

ଭୁବନେଶ୍ୱର ; ସବୁଜ ଭାରତ ତରଫରୁ ଆଜି ସକାଳ ୯ ଘଟିକା ସମୟରେ ସ୍ଥାନୀୟ ୟୁନିଟ-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ  ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଅବସରରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ରକ୍ତଦାନ ଶିବିରକୁ ରାୟଗଡ଼ା ଦିଧାୟକ ମକରନ୍ଦ ମୁଦୁଲି ଭଦ୍ଘାଟନ କରିଥିଲେ । ଏଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷା ସୁଲତା ଦେଓ, ଯୁବନେତା ପ୍ରବୀର ମହାନ୍ତି ପ୍ରମୁଖ ଯୋଗଦେଇ ଭକ୍ତଦାତାମାନଙ୍କୁ ଭସାହିତ କରିଲେ । ଡ. ନଳିନୀକାନ୍ତ ମିଶ୍ର, ବୈଶାଖ୍ ଦାସ, ଝୁଝୁମ ପରୀକ୍ଷା, ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନା, ଦେବାଶିଷ ଦାସ, ଅନିଲ ପଣ୍ଡା, ରାଜ ନାରାୟଣ ଜେନା ପ୍ରମୁଖ ରକ୍ତ ଦାନ କରିଥିଲେ । 

ସର୍ବମୋଟ ୨୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥୁଲା ସଂଗୃହିତ ରକ୍ତକୁ ରାବଧାନୀ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ବଂସାଭିମୁଖୀ । ଜଙ୍ଗଲ ଧ୍ବଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା ସୃଷ୍ଟି ହେଉଛି ବିଶ୍ଵତାପନ ଆଇ ଦୃଦ୍ଧି ପାଇଛି ପୃଥିବୀର ତାପମାତ୍ରା । 

ଗ୍ଲୋବାଲ ୱାର୍ମିର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଦେଖାଦେଇଛି ଶୂତନ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବନ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏସବୁକୁ ଦୃଷ୍ଟିରେ ରଖ୍ ସବୁକ ଭାରତର ଏହା ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ହରିଜନ ସେବକ ସଂଘର ସମ୍ପାଦକ ଆର୍ଯ୍ୟଭଟ ମହାନ୍ତି, ମନୋରଞ୍ଜନ ନାୟକ, ରଞ୍ଜନ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇ ଦୃକ୍ଷ ରୋପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget