loading...

ହସ୍ତଶିଳ୍ପ କାରିଗର ସଶକ୍ତିକରଣ ଉପରେ ୱେବିନାର ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ‘ହସ୍ତକାରୀ’ ଏକ ଅଭିନବ ଉପକ୍ରମ।

ହସ୍ତଶିଳ୍ପ କାରିଗର ସଶକ୍ତିକରଣ ଉପରେ ୱେବିନାର ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ‘ହସ୍ତକାରୀ’ ଏକ ଅଭିନବ ଉପକ୍ରମ।

ହସ୍ତଶିଳ୍ପ କାରିଗର ସଶକ୍ତିକରଣ ଉପରେ ୱେବିନାର ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ‘ହସ୍ତକାରୀ’ ଏକ ଅଭିନବ ଉପକ୍ରମ।
ଭୁବନେଶ୍ୱର ; ଦେଶର ପୂର୍ବ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ଭାରତୀୟ ଶିକ୍ସ ମହାସଂଘ (ସିଆଇଆଇ) ଆନୁକୂଲ୍ୟରେ ଗ୍ରାମୀଣ କାରିଗରମାନଙ୍କ ସଶକ୍ତିକରଣ ସକାଶେ ହସ୍ତକାରୀ’ ନାମରେ ଏକ ଅଭିନବ ଉପକ୍ରମ ଆରମ୍ଭ କରାଯାଇଛି । ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ଆୟୋଜିତ ଏକ ୱେବିନାରରେ ଓଡ଼ିଶାର କାରିଗର ଓ ଶିଳ୍ପୀମାନଙ୍କ ଦକ୍ଷତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ଏହି ଉଦ୍ୟମରେ ସାମିଲ ହେବା ଖୁସିର ବିଷୟ ବୋଲି ସେ ଦର୍ଶାଇବା ସହ ସଂପ୍ରତି ସିଆଇଆଇ ଓଡ଼ିଶା ଚାପୁଟର ରାଜ୍ୟରେ କ୍ଷୁଦ୍ର ଶିଳ୍ପ ବିକାଶ ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜଣାଇଥିଲେ । 

ଓଡ଼ିଶାରେ ବିପୁଳ ଖଣିଜ ସଂପଦ, ସୁଦୀର୍ଘ ଉପକୂଳ, ପ୍ରାକୃତିକ ସଂପଦ, ଜଳସଂପଦ, ଗମନାଗମନର ସୁବିଧା ପ୍ରଭୃତି ଆମ ପାଇଁ ସମ୍ବଳ ବୋଲି ସେ କହିଥିଲେ । ଏଣୁ ସହିତ ଓଡ଼ିଶାର ସମ୍ବଲପୁରୀ ଶାଢ଼ି, ମାଣିଆବନ୍ଧ ପାଟ, ରଘୁରାଜପୁରର ପଟ୍ଟଚିତ୍ର ସହ ଆଦିବାସୀ କଳାଶୈଳୀର ବହୁ ସୁନାମ ଓ ଆଦୃତି ରହିଛି । କୃଷି ପଛକୁ ଯଦି କୌଣସି ବୃତି ଅଧୁକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଛି ତାହା ହେଲା ବୟନ ଶିଳ୍ପ ବୋଲି ସେ କହିଥିଲେ । ତେଣୁ ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ସେ ଦର୍ଶାଇଥିଲେ । ସେହିପରି ଅନ୍ୟ ହସ୍ତ କାରିଗରୀରେ ଓଡ଼ିଶା ଅଗ୍ରଣୀ ତଥା ଦକ୍ଷ ରାଜ୍ୟର କଂସା-ପିତ୍ତଳ କାମ, ରୂପା ତାରକସୀ କାମ, ଟେରାକୋଟା, ଚାନ୍ଦୁଆ ପ୍ରଭୃତି ଯାହା ଶିଳ୍ପୀଙ୍କ ଦକ୍ଷତା ପ୍ରତିପାଦିତ କରେ ।

‘ହସ୍ତକାରୀ’ ଗ୍ରାମାଞ୍ଚଳରେ ରହୁଥିବା ସ୍ବଦେଶୀ ହସ୍ତଶିଳ୍ପୀମାନଙ୍କୁ ବିଶ୍ଵଦରବାରରେ ପହଞ୍ଚାଇବା କାର୍ଯ୍ୟ କରିବ । ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କାରିଗରମାନଙ୍କ ଦକ୍ଷତା ବିକାଶ ସହ ସଦସ୍ୟତା ପାଇଁ ବ୍ୟବସ୍ଥା କରିବ । ତା'ଛଡ଼ା ଆନ୍ତର୍ଜାତିକ କ୍ରେତାମାନଙ୍କ ସହ ଯୋଡ଼ିବା ପାଇଁ ରାଜ୍ୟ ଇ-ହାଟ୍ ଆୟୋଜନ କରିବ । ଏହା ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଏବଂ ସ୍ୱଦେଶୀ କଳାସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ମଞ୍ଚ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।  ଆଜିର ଏହି ପ୍ରାନ୍ତୀୟ ୱେବିନାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁରା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା, ଭାରତ ସରକାରଙ୍କ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ଦେବଶ୍ରୀ ଚୌଧୁରୀ, ସିକିମ୍ । ସରକାରଙ୍କ ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନ ଓ ନାଗରିକ ଉଡାଣ ମନ୍ତ୍ରୀ ଶ୍ରୀ ବେଦୁ ସିଂ ପନ୍ଥ, ସିଆଇଆଇର ଅଧ୍ୟକ୍ଷ । ଏବଂ ପୂର୍ବାଞ୍ଚଳ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଅଭିଜିତ ରାୟ ଅଂଶଗ୍ରହଣ କରିଥିଲେ । । ଶେଷରେ ସିଆଇଆଇର ଉତ୍ତର-ପୂର୍ବାଞ୍ଚଳ ପରିଷଦର ସଦସ୍ୟ ଡ. ଅତୋଷୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget