
ଭୁବନେଶ୍ୱର ; ବିଗତ ୨୦ବର୍ଷ ଭିତରେ ଓଡ଼ିଶାର ସ୍ୱାର୍ଥ ନେଇ ଓଡ଼ିଶା ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେଭଳି କିଛି ବଡ଼ ନିଷ୍ପତି ନେଇନାହାନ୍ତି । ଏବେ ଓପିଜିସିକୁ ସଂପୂର୍ଣ୍ଣଭାବେ ଅଧୁକାର କରିବା ସରକାରଙ୍କ ନିଷ୍ପତିକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ବ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ ଯାହାହେଉ ଏତେଦିନ ପରେ ସରକାରଙ୍କ ବୁଦ୍ଧି ହେଲା ଏବେ ୪୯ ଭାଗ ଏଇଏସ ଠାରୁ ୧୦୦୦ କୋଟିରେ ନେବ । ଆମେ ସରକାର ଥିବା ସମୟରେ କର୍ଣ୍ଣାଟକ ସରକାରଙ୍କୁ ଅନୁସରଣ କରି ଓପିଜିସି ସୃଷ୍ଟି କରାଯାଇଥିଲା ଏବଂ ପରିବର୍ତ୍ତୀ ସମୟରେ ମଧ୍ୟ ଓଏପିସି ସୃଷ୍ଟି କରାଗଲା ।
ଉଭୟ ସମୟରେ ମୁଁ ବିଦ୍ୟୁତ ମନ୍ତ୍ରୀ ଥୁଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ୨ଟିଯାକ କମ୍ପାନୀ ଦୁଆଳି ଗାଈପରି କାର୍ଯ୍ୟକରୁଛନ୍ତି । ସେଥିପାଇଁ ମୁଁ ଜଣେ ଓଡ଼ିଆ ହିସାବରେ ଅତ୍ୟନ୍ତ ଆନନ୍ଦିତ । ଏବେ ଓପିଜିସିରୁ ପ୍ରାୟ ୧୭୫୦ ମେଗାୱାଟ ବିଦ୍ୟୁତ ପାଇବ । ନିଷ୍ଠାପର ଭାବେ କାମ ହେଲେ ରାଜସ୍ବ ବୃଦ୍ଧିହେବ ଏହା ଅବକାରୀ ରାଜସ୍ବ ଅପେକ୍ଷା ଶତଗୁଣରେ ରାଜ୍ୟ ଓ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ଏବଂ ସେହିପରି ନିଳାଚଳ ଇସ୍ପାତକୁ ନିଜ ଅଧୁନକୁ ନେବାକୁ ସରକାର ନିଷ୍ପତି କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗରେ ଜେଇଇ ଓ ନିଟ୍ ପରୀକ୍ଷା ସଂପର୍କରେ କହିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଛନ୍ତି କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷା କରିବାପାଇଁ ଅଟଳ । ରାଜ୍ୟ ସରକାର ପିଲାମାନଙ୍କ ପରୀକ୍ଷା ପାଇଁ ଯିବାଆସିବା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବାକୁ ନିଷ୍ପତି ନେଇଛନ୍ତି ।
ଆମ ମୁଖ୍ୟମନ୍ତ୍ରୀ ମୋଦି ମହାଶୟଙ୍କ ସବୁକଥା ରକ୍ଷା କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଆମ ମୁଖ୍ୟ ମନ୍ତ୍ରୀଙ୍କ କଥା ରଖୁଲେ ନାହିଁ । ଏହା ଦୁଃଖ ଓ ପରିତାପର ବିଷୟ । ୭ଟି ଯାଗାରେ ପ୍ରାୟ ୫୦ ହଜାର ପିଲା ୨ ଘଣ୍ଟା ଧରି ମାକ୍ସ ପିନ୍ଧି ପରୀକ୍ଷା ଦେବା କେତେ କଷ୍ଟଦାୟକ ତାହା ଅନୁଭୂତି ନଥିଲେ ବୁଝିହେବ ନାହିଁ । ପିଲାମାନଙ୍କୁ କରୋନା ମହାମାରୀର ସଂକ୍ରମଣରୁ ରକ୍ଷାକରିବା ପାଇଁ ପରୀକ୍ଷା ଦେବାବେଳେ ସାମାଜିକ ଦୂରତା ରକ୍ଷା କରିବାପାଇଁ ବ୍ୟବସ୍ଥା କରାଯିବା ସହ ଯାହା ପିଲାମାନଙ୍କ ପ୍ରାପ୍ୟ ତାହା ତୁରନ୍ତ ତାଙ୍କ ବ୍ୟକ ଆକାଇଂଟରେ ଜମା କରାଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।
Post a Comment