
ଭୁବନେଶ୍ବର ; ରାଜ୍ୟ ଜଳ ସମ୍ପଦ, ସୂଚନା ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା ତିର୍ତାଲ ବ୍ଳକ ଅନ୍ତର୍ଗତ ତିର୍ତାଲ, ସାମନ୍ତରାପୁର ଗ୍ରାମ ପଂଚାୟତର ସିରସ୍ତା ଅଂଚଳର ଜଳମଗ୍ନ ଅଂଚଳ, କୋଲର ଫଚାୟତର ଧନୁଆ ଓ କୋଲର ଗ୍ରାମର ବନ୍ୟାଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ । ସେହିପରି ସେ ସାମନ୍ତରାପୁର, ଆସିରି, ଶଙ୍ଖଶ୍ୱର ଓ ଧୋଇଆ ଅଂଚଳ ବୁଲି ଦେଖିଥିଲେ ।
ମନ୍ତ୍ରୀ ଶ୍ରୀ ଦାସ, କୋଲର ଫଚାୟତର ପାଇକା ସେତୁଠାରେ ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ପଂଚାୟତ ସମିତି ଅଧ୍ୟକ୍ଷା , ଜଳ ସଂପଦ ବିଭାଗର ଜଳ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଅଧୁକାରୀମାନଙ୍କ ସହ ଜଳମଗ୍ନ ଅଂଚଳରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜଳ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ବିଡିଓ, ତହସିଲଦାର ପ୍ରମୁଖ ବନ୍ୟାଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସଂପର୍କରେ ପଚାରିବୁଝିଥିଲେ ।
Post a Comment