
ନୁଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 12.30 ସମୟରେ ରିମୋଟ୍ ଭିଡିଓ କନଫରେନ୍ସ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠାକୁ ଉହାଟନ କରିବେ । ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ଏହା ବୁନ୍ଦୋଳଖଣ୍ଡ କ୍ଷେତ୍ରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । 2014-15ରେ ବିଶ୍ବବିଦ୍ୟାଳୟ ଏହାର ପ୍ରଥମ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ କୃଷି, ଉଦ୍ୟାନ କୃଷି ଏବଂ ବନ ବିଭାଗରେ ସ୍ନାଇକ ଏବଂ ସ୍ନାତୋକତର ଶିକ୍ଷାଦାନ କରୁଛି । ମୁଖ୍ୟ କୋଠାଗୁଡ଼ିକ ନିର୍ମାଣ ପର୍ଯ୍ୟାୟରେ ଏହା ବର୍ତ୍ତମାନ ଝାନ୍ସିସ୍ଥିତ ଭାରତୀୟ ଗ୍ରାସଲ୍ୟାଣ୍ଡ ଏବଂ ଫୋଡ଼ର୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟକ୍ଷମ ରହିଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ମତ ବିନିମୟ କରିବେ ।
Post a Comment