loading...

ଆରଓବି ପକ୍ଷରୁ ଏନଆରଏ: ଏକ ନୂତନ ଯୁଗର ଅୟମାରମ୍ଭ ଶୀର୍ଷକ ୱେବିନାର।

ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଦେଶରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ ।

ଆରଓବି ପକ୍ଷରୁ ଏନଆରଏ: ଏକ ନୂତନ ଯୁଗର ଅୟମାରମ୍ଭ ଶୀର୍ଷକ ୱେବିନାର।


ନୁଆଦିଲ୍ଲୀ ; ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଦେଶରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ । ଏନଆରଏ ଦ୍ଵାରା ଆୟୋଜିତ ହେବାକୁ ଥିବା ଏକକ ଯୋଗ୍ୟତା ପରୀକ୍ଷା (ସିଇଟି) ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ବିଶେଷକରି ଗ୍ରାମାଞ୍ଚଳ ଓ ପଛୁଆବର୍ଗର ଯୁବକଯୁବତୀ ଓ ମହିଳାଙ୍କ ପାଇଁ ଚୟନ ପ୍ରକ୍ରିୟାକୁ ସରଳ, ସୁଗମ ଓ ସୁଲଭ କରିବ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରବି) ଭୁବନେଶ୍ୱର ପକ୍ଷରୁ ‘ଜାତୀୟ ନିଯୁକ୍ତି ସଂସ୍ଥା: ଏକ ନୂତନ ଯୁଗର ଅୟମାରମ୍ଭ’ ଶୀର୍ଷକ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ପ୍ରକାଶ କରିଛନ୍ତି । ବିନାରରେ ଯୋଗଦେଇ ଓଡ଼ିଶା ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଡ. ଶ୍ରୀକୃଷ୍ଣ ଦେବରାଓ କହିଛନ୍ତି, ଦେଶରେ ମାନବ ସମ୍ବଳର ବିକାଶ ଦିଗରେ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ନିଷ୍ପରି କେନ୍ଦ୍ର ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। 

ଏନଆରଏ ଦ୍ଵାରା ଆୟୋଜିତ ହେବାକୁ ଥିବା ସିଇଟି ପରୀକ୍ଷା ଚାକିରି ଆଶାୟୀଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ସିଇଟିରେ ସୂଚନା ପ୍ରଯୁକ୍ତିର ପ୍ରୟୋଗ ହେବ ଏବଂ ଅନଲାଇନ ପରୀକ୍ଷା ହେବ, ଯାହାକି ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ । ବର୍ତ୍ତମାନ ଚାକିରି ଆଶାୟୀଙ୍କୁ ଆଉ ଏକା ପରୀକ୍ଷା ଦେବାକୁ ପଡିବ ନାହିଁ। ବିଭିନ୍ନ ଗୁପ-ବି ଓ ଗୁପ-ସି ବର୍ଗର ସରକାରୀ ଚାକିରି ପାଇଁ ଏକକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ଏହା ଫଳରେ ଯୁବକଯୁବତୀଙ୍କ ଉଭୟ ସମୟ ଓ ଅର୍ଥ ଯଥେଷ୍ଟ ପରିମାଣରେ ସଞ୍ଚୟ ହୋଇପାରିବ । ଦେଶର ସମସ୍ତ ଜିଲ୍ଲାରେ ସିଇଟି ପରୀକ୍ଷା କେନ୍ଦ୍ର ଖୋଲାଯିବା ଫଳରେ ଆଶାୟୀ ପ୍ରାର୍ଥୀଙ୍କୁ ଦୂରଦୂରାନ୍ତକୁ ଯାତ୍ରା କରିବାକୁ ପଡିବ ନାହିଁ ବୋଲି ଡ. ରାଓ କହିଛନ୍ତି । ବିନାରରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ଲୋକସେବା ଆୟୋଗର ସଚିବ ଶ୍ରୀ ଅଶୋକ କୁମାର ଦାସ କହିଛନ୍ତି, ଏନଆରଏ ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ, ଭାରତ ଭଳି ଏକ ବିଶାଳ ଓ ବିବିଧତାପୂର୍ଷ ରାଷ୍ଟ୍ରରେ ଏହାର ସଠିକ ରୂପାୟନ ଅତି ଗୁରୁତ୍ବପୂର୍ଣ । 

ଏଥିପାଇଁ ସରକାରଙ୍କୁ ପୂର୍ବର ବିଭିନ୍ନ ଅନୁଷ୍ଠାନ ଓ ପରୀକ୍ଷା ପଦ୍ଧତିକୁ ଅନୁଶୀଳନ କରିବା ଓ ସମୀକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ ମତପୋଷଣ କରିଛନ୍ତି। ବିନାରରେ ଯୋଗଦେଇ ଓଡ଼ିଶା ଷ୍ଟାଫ ସିଲେକ୍ସନର ସଚିବ ଶ୍ରୀ ଅକ୍ଷୟ କୁମାର ମହାନ୍ତି କହିଲେ, ସିଇଟି ପରୀକ୍ଷା ହେବାଦ୍ବାରା ଆରଆରବି, ଏସଏସସି ଓ ଆଇବିପିଏସ ଭଳି ବିଭିନ୍ନ ନିଯୁକ୍ତି ସଂସ୍ଥା ଦ୍ୱାରା ହେଉଥିବା ବହୁସ୍ତରୀୟ ପ୍ରାରମ୍ଭିକ ଚୟନ ପ୍ରକ୍ରିୟାରୁ ଛାତ୍ରଛାତ୍ରୀମାନେ ମୁକ୍ତି ପାଇବେ । ସେମାନଙ୍କୁ କେବଳ ଗୋଟିଏ ପରୀକ୍ଷା ଦେବାକୁ ପଡିବ । ଏଥୁ ସହିତ ଗୋଟିଏ ପୋର୍ଟାଲରେ ପଞ୍ଜିକରଣ ଓ ଅନଲାଇନ ପରୀକ୍ଷା ଛାତ୍ରଛାତ୍ରୀଙ୍କୁ ସହାୟକ ହେବ। ଆଗରୁ ଉପାନ୍ତ ଓ ଗ୍ରାମୀଣ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରାଜଧାନୀ ଓ ଅନ୍ୟ ପ୍ରମୁଖ ସହରକୁ ପରୀକ୍ଷା ଦେବାଲାଗି ଆସିବାକୁ ପଡୁଥିଲା । ବର୍ତ୍ତମାନ ସେମାନେ ନିଜ ଜିଲ୍ଲାରେ ହିଁ ପରୀକ୍ଷା ଦେଇପାରିବେ । ଏହା ବିଶେଷ କରି ଗରିବ, ଭିନ୍ନକ୍ଷମ, ମହିଳା ଓ ପଛୁଆବର୍ଗଙ୍କୁ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ବିନାରରେ ଯୋଗଦେଇ ଆରବିର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଗଣତନ୍ତ୍ରରେ ନିଯୁକ୍ତି ପ୍ରକ୍ରିୟା ଏକ ମୌଳିକ ବିଷୟ ବସ୍ତୁ । ଏହା ଜନସାଧାରଣଙ୍କୁ ସରକାରଙ୍କ ସହ ଯୋଡିଥାଏ । ଏନଆରଏ ଦେଶରେ ଏକ ସୁଦୃଢ଼ ଓ ସୁବ୍ୟବସ୍ଥିତ ନିଯୁକ୍ତି  ପ୍ରକ୍ରିୟା ଆଣିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଅଧ୍ୟକ୍ଷତା କରିଥିଲେ। ଏନଆରଏ ଦେଶର ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମାଲବ୍ୟ କହିଥିଲେ । ଏହି ବିନାରକୁ ଆରବିର କ୍ଷେତ୍ର ପ୍ରଚାର ଅଧୁକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ପରିଚାଳନା କରିଥିଲେ ଓ ସହାୟକ ନିର୍ଦ୍ଦେଶକ ଶ୍ରୀ ରାମେଶ୍ୱର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୁନସ୍ଥ ବିଭିନ୍ନ ବିଭାଗର ଅଧୁକାରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget