loading...

ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ଜିଲ୍ଲା ବିଜେପି : ବାବୁ ସିଂ

ରାଜ୍ୟର ସବୁଠୁ ବଡ ପୌରସଂସ୍ଥା ଭୁବନେଶ୍ବର ମହାନଗର ନିଗମର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ।

ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ଜିଲ୍ଲା ବିଜେପି : ବାବୁ ସିଂ

ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ ପୌରସଂସ୍ଥା ଭୁବନେଶ୍ବର ମହାନଗର ନିଗମର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ଭୁବନେଶ୍ୱର ଜିଲ୍ଲା ବିଜେପି । ରାଜଧାନୀବାସୀଙ୍କ ଠାରୁ ଅଧିକ ରାଜସ୍ୱ ପାଉଥିବା ମହାନଗର ନିଗମ କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି । ଦେଶର ପ୍ରଥମ ସ୍ମାର୍ଟସିଟିର ମାନ୍ୟତା ଭୁବନେଶ୍ବରକୁ ମିଳିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟ ମହାନଗର ନିଗମ ପକ୍ଷରୁ କରାଯାଇନାହିଁ । ସେହିପରି ଦୁଇ ବର୍ଷ ତଳେ ରାଜଧାନୀକୁ ସଂପୂର୍ଣ୍ଣଭାବେ ୱାଇଫାଇ କରାଯିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ରାସ୍ତା କଡରୁ ଜବଲଦଖଲ ଉଠାଇବା, ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ସେମାନଙ୍କୁ ପକ୍କା ଘର ଯୋଗାଇବା କଥା କହିଥିବା ମହାନଗର ନିଗମ କୌଣସି ପ୍ରତିଶୃତି ପାଳନ କରିନାହିଁ ବୋଲି ଭୁବନେଶ୍ଵର ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରିଛନ୍ତି । 

ରାଜଧାନୀରେ ଟିକିଏ ବର୍ଷା ହେଲା ରାସ୍ତା ଉପରେ ୩ ରୁ ୫ ଫୁଟ ଉଚ୍ଚରେ ପାଣି ଚାଲୁଛି । ସ୍ୱରେଜ ଟ୍ରିଟମେଣ୍ଟ କାମ ବର୍ଷ ବର୍ଷ ଧରି ସରୁନାହିଁ । ଡ୍ରେନେଜ ସମସ୍ୟା ଅତି ଭୟଙ୍କର ସ୍ଥିତିରେ ରହିଛି । ରାସ୍ତା କଡ ଖୋଳାଯାଇ ବିଭିନ୍ନ ଫାଇବର କେବୁଲ ବିଛାହେବା ପରେ ସେ ଖାତରେ ମାଟି ପଡୁନାହିଁ । ବିଶେଷ କରି ବର୍ଷାଦିନେ ରାଜଧାନୀ ଜଳମଗ୍ନ ହେଉଥିବାରୁ ପୋତା ହୋଇନଥିବା ଖାଲ,ଖୋଲା ଡ୍ରେନରେ ଅନେକ ଲୋକ ପଡି ମୃତ୍ୟୁ ବରଣ କରୁଛନ୍ତି ଏବଂ କିଛି ଲୋକ ଆହତ ହେଉଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ପରିମଳ ବ୍ୟବସ୍ଥା ପୂରା ଫେଲ୍ ମାରିବା ସହ ସଲିଡ ୱେଷ୍ଟ ମ୍ୟାନେଜମେଟ ଏବଂ ଲିକ୍ୟୁଇଡ ୱେଷ୍ଟ ମ୍ୟାନେଜମେଟ ଫେଲ୍ ମାରିଛି । ଦୟା ୱେଷ୍ଟ କେନାଲ ମଶାଙ୍କ ଉତ୍ପତିସ୍ଥଳ ପାଲଟିଛି । ରାଜଧାନୀରେ ଥିବା ବହୁ ପୁରାତନ ପୁଷ୍କରଣୀ ଗୁଡିକର ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନକୁ ହଡପ କରାଯାଇଛି । କେନ୍ଦ୍ର ସରକାର ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ଅର୍ଥ ପ୍ରଦାନ କରୁଥିବାବେଳେ ମହାନଗର ନିଗମ କୌଣସି କାର୍ଯ୍ୟ ନକରି ଏହାକୁ ଆତ୍ମସାତ୍ କରୁଛି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget