loading...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ।

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୈତିଜ୍ଞ ଭାରତରତ୍ନ ପ୍ରଣବ ମୁଖାଁଜୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ।

ଭୁବନେଶ୍ଵର ; ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୈତିଜ୍ଞ ଭାରତରତ୍ନ ପ୍ରଣବ ମୁଖାଁଜୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପ୍ରଣବଙ୍କ ମୃତ୍ୟୁରେ ଦେଶ ଜଣେ ଅମୂଲ୍ୟ ସନ୍ତାନଙ୍କୁ ହରାଇଲା ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ବିଗତ ୫୦ ବର୍ଷ ଧରି ଆମ ଦେଶକୁ ବିଭିନ୍ନ ଦିଗରେ ଦିଗ୍‌ଦର୍ଶନ ଦେଇଆସୁଥିବା ପ୍ରିୟ ପ୍ରଣବଦା ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଋଲିଯାଇଛନ୍ତି । ଦିଲ୍ଲୀରେ ଏକ ହସ୍‌ପିଟାଲରେ ଚିକିତ୍ସିତ ହେଉଥୁବା ବେଳେ ଆଜି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ଶୁଣି କଂଗ୍ରେସ ଶୁଭେଚ୍ଛୁଙ୍କ ସମେତ ସମଗ୍ର ବିଶ୍ଵରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସ୍ଵର୍ଗତ ମୁଖାଜୀଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget