ଭୁବନେଶ୍ୱର : ମହାମାରୀ କରୋନା ସମୟରେ ଆଶାସାଥୀମାନେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲା ବେଳେ ଆଜି ସେମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ସାରା ଦେଶରେ ୪୧ ହଜାର ୪୦୫ଜଣ ଆଶା ଫେସିଲେଟର୍ସ (ଆଶା ସାଥୀ) କାମ କରୁଥିଲା ବେଳେ ବର୍ତ୍ତମାନ ଆମ ରାଜ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୩ଟି ଜିଲ୍ଲାରେ ୭୧୭ ଜଣ ଆଶା ସାଥୀ କାର୍ଯ୍ୟ କରିଛନ୍ତି । ସାରା ଦେଶରେ କାର୍ଯ୍ୟରତ ଆଶା ଫେସିଲେଟସି ( ଆଶା ସାଥୀମାନଙ୍କ ମାସିକ ୬ ମାସିକ ୬ ହଜାର ଟଙ୍କା ପ୍ରଦାନ କରୁଥିଲା ବେଳେ ରାଜ୍ୟ ସରକାରମାନେ ତାଙ୍କ ତରଫରୁ ୧୫୦୦ ଟଙ୍କା ଦିଅନ୍ତି । ଫଳସ୍ବରୂପ ସେମାନେ ମାସିକ ୭,୫୦୦ ଟଙ୍କା ପାଉଥିବା ବେଳେ ଓଡ଼ିଶା ରାଜ୍ୟରେ ମାତ୍ର ୩୦୦୦ ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର ସରକାର ଗତ ୨୪.୧୦.୨୦୧୮ରିଖ କ୍ୟାବିନେଟ୍ରେ ନିଷ୍ପତ୍ତି ନେଇ ଆଶା ସାଥୀମାନଙ୍କର ୬ ହଜାର ଡକା ଘୋଷଣା କରିଥିଲେ ।
ତା ସହିତ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଯାହା ଫଳରେ ଆଶାସାଥୀମାନେ ଏହି ଯୋଜନା ମାଧ୍ୟମରେ ଦୁର୍ଘଟଣାଜନିତ ଓ ମୃତ୍ୟୁକାଳୀନ ରାଶି ପାଇପାରିବେ । ଆଶା ସାଥୀମାନଙ୍କର ପ୍ରିମିୟମ ଦେୟ କେନ୍ଦ୍ର ସରକାର ବହନ କରିବେ । ଦୁଃଖର ବିଷୟ, ରାଜ୍ୟ ସରକାର ଠିକ ରୂପେ କାର୍ଯ୍ୟକାରୀ କରୁନାହାଁନ୍ତି । ଠିକ୍ ସେହିପରି ଆଶା ସାଥୀମାନଙ୍କ ପାଇଁ ଆୟୁଷ୍ଠାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ କରିପାରିବେ । ଅନ୍ୟାନ୍ୟ ରାଜ୍ୟରେ ଏହା ଲାଗୁ ହେବା ଯୋଗୁ ସେମାନେ ସୁବିଧା ପାଉଥିବା ବେଳେ ଓଡ଼ିଶା ରାଜ୍ୟରେ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଆଶା ସାଥୀମାନେ ବିଭିନ୍ନ ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଯେଉଁ ଆଶା ସାଥୀ ରୂପେ ଦୀର୍ଘ ୧୦ ବର୍ଷ କାମ କଳଶ ପରେ ପଦୋନ୍ନତି ପାଇଁ ଆଶା ସାଥୀ ରୂପେ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଗଲା ।
ସାରା ରାଜ୍ୟରେ ଆଶା ସାଥୀଟି ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ବ ନଦେବା ଫଳରେ ଆଶାସାଥୀଟି ସ୍ଵାସ୍ଥ୍ୟ ବୀମାରୁ ଆଜି ବଞ୍ଚିତ । ବର୍ତ୍ତମାନ ସମୟରେ ମହାମାରୀ କରୋନା କାର୍ଯ୍ୟରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଶ୍ଚରୀମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ଆଶା ସାଥୀ ସମସ୍ତ କାର୍ଯ୍ୟରେ। ସହଯୋଗ କରୁଥିବା ବେଳେ ଆଜି ସେହି ପ୍ରୋତ୍ସାହନ ରାଶି ଆଶ ସାଥୀମାନଙ୍କୁ ପ୍ରଦାନ କରାନଯିବା ଫଳରେ ଆଶା ସାଥୀମାନଙ୍କ ମନରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କୁ ଓ କେନ୍ଦ୍ର ସରକାରଙ୍କୁ ସଂଘ ତରଫରୁ ବାରମ୍ବାର ଦେଖା ହୁଥିବା ସମସ୍ୟାର ସମାଧାନ ପାଇଁ ଲିତ ଜଣାଉଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁ ରାଜ୍ୟରେ କାର୍ଯ୍ୟ କରୁଥିବା ୭୧୭ ଜଣ ଆଶା ସାଥୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଶ୍ଚଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବୀଗୁଡ଼ିକ ମଧ୍ୟରେ ଆଶାସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ କରାଯିବା, ଆଶା ସାଥୀମାନଙ୍କର ୟୁନିଫର୍ମ ଲାଗୁ କରାଯିବା, ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ପାଇଁ ଟ୍ରେନିଂ ଦିଆଯିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନ୍ଦିରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ଠାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରାଯିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯିବା ପ୍ରମୁଖ ଅଟେ ।
ଆଜି ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକଙ୍କୁ ସଂଘର ଏକ ପ୍ରତିନ ମଣ୍ଡଳୀ ସାକ୍ଷାତ୍ କରି ଦାବିପତ୍ର ପ୍ରଦାନ କରିଥିଲେ । ସଂଘର ସାଧାରଣ ସମ୍ପାଦିକା ସୁମତୀ ଆଶ୍ଚର୍ଯ୍ୟ, ସଭାନେତ୍ରୀ କଳ୍ପନା ଦାସ, ରାଜ୍ୟ କୋଷାଧକ୍ଷା କଳ୍ପନା ସେଠୀ, ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ଶ୍ରୀ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।
Post a Comment