ଭୁବନେଶ୍ୱର : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଷ୍ଟାଫ୍ ଟ୍ରେନିଂ ସେଣ୍ଟର, ଭୁବନେଶ୍ୱର ପକ୍ଷରୁ ହିନ୍ଦୀ ଦିବସ ସମାପନ ସମାରୋହ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କୋଭିଜ୍-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଏଥିରେ ବିଶେଷ ରୂପେ ଟ୍ରେନିଂ ସେଣ୍ଟରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ଷ୍ଟାଫ୍ ଟ୍ରେନିଂ ସେଣ୍ଟରର ଇନ୍ଚାର୍ଜ ପୁଷ୍କର କୁମାର ସିହ୍ନା କହିଛନ୍ତି ଯେ ବିଶ୍ୱର ସମସ୍ତ ବିକଶିତ ରାଷ୍ଟ୍ର ଗୋଟିଏ ଭାଷା ସୁତ୍ର ଗ୍ରହଣ କରି ବିକାଶ ଲାଭ କରିଛନ୍ତି । ଯେପରି ଚାଇନାର ଚାଇନିଜ୍ (ମାଣ୍ଡାରି), ଜାପାର ଜାପାନିଜ, ଫ୍ରାନ୍ସର ଫ୍ରେଞ୍ଚ, ଋଷର ଋଷିଆନ୍ ଇତ୍ୟାଦି । ଶ୍ରୀ ସିହ୍ନା ଗୋଟିଏ ଭାଷା ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିବା ସହ ହିନ୍ଦୀ ଭାଷାକୁ ଜାତୀୟ ସ୍ତରରେ ଦେଶର ଏକତା ଏବଂ ବିକାଶ ନିମନ୍ତେ ବ୍ୟବହାର କରିବା ଉଚିତ୍ ବୋଲି କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କର୍ସ ମାନେ ସମସ୍ତ ଆଞ୍ଚଳିକ ଭାଷାକୁ ଯଥେଷ୍ଟ ଗୁରୁତ୍ବ ଦେବା ସହ ଆଞ୍ଚଳିକ ଭାଷାରେ ଲିଖିତ ଚେକ୍ ଗୁଡିକୁ ତୁରନ୍ତ ଗ୍ରହଣ କରୁଛନ୍ତି । ପ୍ରଶିକ୍ଷଣ ପ୍ରଣାଳୀ ଅଂଶସ୍ୱରୂପ ଆମେ ରାଜଭାଷାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ତଥା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୁକାରୀ ରାଜକିରଣ ରାଏ ଜୀଙ୍କ ବାର୍ତ୍ତାକୁ ପଠନ କରାଯାଇଥିଲା । ସମାରୋହରେ ଆୟୋଜିତ ରାଜଭାଷା ଜ୍ଞାନ, କବିତା, ହିନ୍ଦୀ କମ୍ପ୍ୟୁଟର ଟାଇଫି, ଚିତ୍ରାଙ୍କନ, ଗୀତ ଗାଇବା, ହିନ୍ଦୀ ହସ୍ତାକ୍ଷର ଲିଖନ ଆଦି ପ୍ରତିଯୋଗିତାରେ ଭାଗ ନେଇଥିବା ବିଜୟୀ ପ୍ରତିଯୋଗୀମାନଙ୍କୁ ଇନ୍ଚାର୍ଜଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହି ସମାରୋହ ପ୍ରଦୀପ ପ୍ରଜ୍ଜଳନ ପରେ କର୍ପୋରେଟ୍ ପ୍ରାର୍ଥନା ଗାନ କରାଯାଇ ଆରମ୍ଭ କରାଯାଇଥିଲା ।
ପୁଷ୍କର କୁମାର ସିହ୍ମା ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ନମିତା ପ୍ରସାଦ, ପ୍ରବନ୍ଧକ (ରାଜଭାଷା) କାର୍ଯ୍ୟକ୍ରମର ବିଷୟବସ୍ତୁ ସହ ସମସ୍ତଙ୍କୁ ପରିଚିତ କରାଇଥିଲେ । ସଚ୍ଚିଦାନନ୍ଦ ଦ୍ବିବେଦୀ, ବରିଷ୍ଠ ପ୍ରବନ୍ଧକ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।
Post a Comment