loading...

ଭୂବନେଶ୍ବର ଜିଲ୍ଲା ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ବର୍ଗତଃ ଆତ୍ମା

ଭୂବନେଶ୍ବର ଜିଲ୍ଲା ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ।

ଭୁବନେଶ୍ୱର : ଭୁବନେଶ୍ଵର ଜିଲ୍ଲା ବିଜେପି ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ବର୍ଗତଃ ଆତ୍ମାର । ସଦଗତି କାମନା କରିଛନ୍ତି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ଆମ ସମସ୍ତଙ୍କୁ ଛାଡି ଚାଲିଯିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଅତ୍ୟନ୍ତ ପ୍ରିୟମାଣ କରିଛି । ପାର୍ଟିର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ଅତ୍ୟନ୍ତ ପ୍ରିୟଭାଜନ, ମିଷ୍ଟଭାଷୀ, ମେଳାପୀ ସ୍ୱର୍ଗତଃ ଅଚ୍ୟୁତାନନ୍ଦ ସମସ୍ତଙ୍କ ପାଖରେ କୁଲୁ ଭାଇ ଭାବେ ପରିଚିତ ଥିଲେ । 

ଜିଲ୍ଲା ମିଡିଆ ସଂଯୋଜକ ଭାବେ ଦାୟୀତ୍ବ ତୁଲାଇଥିବା ସ୍ବର୍ଗତଃ ଅଚ୍ୟୁତାନନ୍ଦ ରାଜଧାନୀ ଭୁବନେଶ୍ବରର ଗଣମାଧ୍ୟମ ଜଗତରେ ମଧ୍ୟ ଆଦରଣୀୟ ଥିଲେ । ତାଙ୍କର ଅକାଳ ବିୟୋଗରେ ପାଟୀ ଜଣେ ଶୃଙ୍ଖଳିତ ଏବଂ ନିଷ୍ଠାବାନ କାର୍ଯ୍ୟକର୍ତାଙ୍କୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନଏକ ଦୁଃଖପ୍ରକାଶ କରି କହିଛନ୍ତି । ସ୍ୱର୍ଗତଃ ଅଚ୍ୟୁତାନନ୍ଦଙ୍କ ବିୟୋଗ ପାଟୀ ପାଇଁ ଅପୁରଣୀୟ କ୍ଷତି ବୋଲି କହିବା ସହ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସ୍ବର୍ଗତଃ ଅଚ୍ୟୁତାନନ୍ଦଙ୍କ ଅକାଳ ବିୟୋଗରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଭୁଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଟିଆ, ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ବରିଷ୍ଠ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ଏବଂ ରାଜ୍ୟ ମିଡିଆ ପ୍ରକୋଷ୍ଠ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget