ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ବିନାରରେ ଅଧାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଡଃ. ସାହୁ କହିଲେ ନୂତନ ସଂସ୍କାର ଫଳରେ ବିଶ୍ବବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱତନ୍ତ୍ର କ୍ଷୁଣ୍ଡ ହେବନାହିଁ । ଅପରପକ୍ଷରେ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ବବିଦ୍ୟାଳୟଗୁଡିକରେ ଦିର୍ଘମିଆଦୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବେ ।
ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ । କୁଳପତିଙ୍କ ଦ୍ବାରା ଗଠିତ କମିଟିର ସୁପାରିଶ ଅନୁଯାୟୀ କୁଳାଧୁପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇ ଥାଆନ୍ତି । ଏଥୁ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହିଁ କିମ୍ବା କୁଳାଧୂପତି ରାଜ୍ୟ ସରକାରଙ୍କ ସହମତି ଲୋଡନ୍ତି ନାହିଁ । ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ବବିଦ୍ୟାଳୟର ୧୦ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷେ ଭାବେ ବିବେଚିତ ହୋଇଥାଏ । ଏପରି କ୍ଷେତ୍ରରେ ଔଚିତ୍ୟ ଏବଂ ସ୍ଵଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୁରେଇ ରଖୁବା ବ୍ୟଛନୀୟ । ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର , ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ବିହାର ପରି ରାଜ୍ୟ ତୁଳନାରେ ଓଡିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନାହିଁ ।
ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରିବା ଲକ୍ଷ୍ୟରେ ଅଧୁନିୟମର ସଂଶୋଧନ ଅଣାଯାଇ ଓଡ଼ିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ବ ଦିଆଯାଇଛି । ବର୍ତମାନ ବିଶ୍ୱବିଦ୍ୟାଳୟଗୁଡିକର ସଂଖ୍ୟା ବୃଦ୍ଧି ପାଇଥିବା କ୍ଷେତ୍ରରେ ବିଶ୍ବବିଦ୍ୟାଳୟରେ ନିରନ୍ତର ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟକୁ ବହୁଳ ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡୁଛି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି । ଏପରି କ୍ଷେତ୍ରରେ ଏକ ସାମ୍ବିଧାନିକ ସଂସ୍ଥା ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ବ ଦିଆଯାଇଛି । ନୂତନ ବ୍ୟବସ୍ଥାରେ ଶିକ୍ଷକ ପଦବୀ ନିଯୁକ୍ତିରେ ଅଧ୍ବକ ସ୍ୱଚ୍ଛତା ପାଳନ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ ହୋଇପାରିବ । ସଂପ୍ରତି ବିଶ୍ୱବିଦ୍ୟାଳୟର ଅଣଶିକ୍ଷକ ପଦବୀ ନିମନ୍ତେ ବହୁଳ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରୁଥିବା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରାର୍ଥୀ ଚୟନ କ୍ରମଶଃ କଷ୍ଟସାଧ୍ୟ ଓ ସମୟସାପେକ୍ଷ ହୋଇପଡିଛି ।
ଓଡିଶା ବିଶ୍ବବିଦ୍ୟାଳୟ ଅଧୁନିୟମ ୧୯୮୯ରେ ସଂଶୋଧନ ପୂର୍ବରୁ ୬ରୁ ୭ଟି ବିଶ୍ୱବିଦ୍ୟାଳୟ କୁଳାଧୂପତିଙ୍କ ଠାରୁ ଅନୁମୋଦନ ଆଣି ଅଣଶିକ୍ଷକ ପଦବୀ ଚୟନ ନିମନ୍ତେ ରାଜ୍ୟ ସିଲେକସନ ବୋର୍ଡକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସିଲେକନ ବୋର୍ଡ ପରି କେନ୍ଦ୍ରିଭୂତ ସଂସ୍ଥା ଦ୍ବାରା ନିଯୁକ୍ତ ଅଣଶିକ୍ଷକ ନିଯୁକ୍ତି ଦ୍ଵାରା ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜ ସ୍ତରରେ କଷ୍ଟକର ନିଯୁକ୍ତି ପ୍ରକ୍ରିୟାରୁ ମୁକ୍ତ ହୋଇଛନ୍ତି । ପ୍ରତ୍ୟେକ ବିଶ୍ବବିଦ୍ୟାଳୟର ଅଡିଟ ରିପୋର୍ଟ ୫୦୦ ପୃଷ୍ଠାରୁ ଅଧୁକ ହେଉଥିବା ବେଳେ ମାନ୍ୟବର ବିଧାୟକମାନଙ୍କ ନିମନ୍ତେ ସମସ୍ତ ବିଶ୍ବବିଦ୍ୟାଳୟ ଅଡିଟ ରିପୋର୍ଟ କପି ଯୋଗାଇବା କ୍ଷେତ୍ରରେ ଲକ୍ଷାଧୁକ ପୃଷ୍ଠାର ଜେରକ୍ସ କପି ଆବଶ୍ୟକ ହେଉଥିବା ବେଳେ ଅଧୁନିୟମରେ ସଂଶୋଧନ ଅଣାଯାଇ ଅଡିଟ ରିପୋର୍ଟ ବିଶ୍ବବିଦ୍ୟାଳୟ ପକ୍ଷରୁ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ କରିବାର ବ୍ୟବସ୍ଥା ରଖାଯାଇଛି ଏବଂ ଏହା ୱେବସାଇଟରେ ଅନ୍ତତଃ ପକ୍ଷେ ୩ ବର୍ଷ ନିମନ୍ତେ ପ୍ରଦର୍ଶିତ ହେବ ।
ପୂର୍ବରୁ ଅଡିଟ ରିପୋର୍ଟ ଜନସାଧାରଣଙ୍କ ହସ୍ତଗତ ହୋଇପାରୁନଥିବା ବେଳେ ଏହାକୁ ସାର୍ବଜନୀନ କରାଯାଇଛି । ସମସ୍ତ ବିଶ୍ବବିଦ୍ୟାଳୟର ଅଡିଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେଉଥିବାରୁ ଯଦି ରିପୋର୍ଟ କୌଣସି ଗୁରତର ଅସଙ୍ଗତି କଥା ଉଲ୍ଲେଖ କରିଥାଏ ତେବେ ସେ ସମ୍ପର୍କରେ ଓଡିଶା ବିଧାନସଭାରେ ଆଲୋଚନା ହୋଇପାରିବ । ଏଣୁ ସହିତ ବିଧାନସଭାର ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଦ୍ବାରା ଉଚ୍ଚଶିକ୍ଷା ବିଭାଗରେ ସମୀକ୍ଷା ସମୟରେ ଅଡିଟ ରିପୋର୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇପାରିବ । ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା କେବଳ ଆଳଙ୍କାରିକ ହୋଇଯାଇଥିଲା ଏବଂ ପରିଚାଳନା କ୍ଷେତ୍ରରେ ଏହାର ପ୍ରାୟତଃ ଅବଦାନ ନଥିଲା । ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟର କୌଣସି ବୈଠକ ନବସିବା ଦ୍ଵାରା ଏହା ପ୍ରାସଙ୍ଗିକତା ହରାଇ ବସିଛି । ଏପରି ସ୍ଥିତିରେ ବିଶ୍ବବିଦ୍ୟାଳୟରେ ସିନେଟର ଆବଶ୍ୟକତା ଅନୁଭବ କରାଯାଉନଥିବା ଯୋଗୁ ଏହାର ଉଚ୍ଛେଦ କରାଯାଇଛି ।
ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ନିମନ୍ତେ ଅଲଗା ଅଲଗା ଅନିୟମ ଥିବାବେଳେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧୁନିୟମ ୧୯୮୯ ପ୍ରବର୍ତ୍ତିତ ହେବାପରେ ସମସ୍ତ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ଅଧୁନିୟମକୁ ଉଚ୍ଛେଦ କରାଯାଇ ୧୯୮୯ ଅନିୟମର ଅନ୍ତଗତ କରାଯାଇଛି । ତେଣୁ ପ୍ରଶାସନିକ ସୁବିଧା ନିମନ୍ତେ ରେଭେନସା ବିଶ୍ବବିଦ୍ୟାଳୟ ଅଧୁନିୟମ ୨୦୦୫ ଉଚ୍ଛେଦ କରାଯାଇ ସମସ୍ତ ବିଶ୍ବବିଦ୍ୟାଳୟକୁ ଗୋଟିଏ ଅଧୁନିୟର ଅର୍ଡଭୁକ୍ତ କରାଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି । ଏହା ଦ୍ଵାରା ଏହା ଅଧୁକ ବ୍ୟବସ୍ଥିତ ହୋଇପାରିବ । ପୂର୍ବପରି କୁଳପତି ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧକ୍ଷ ହେବେ ନାହିଁ । ସିଣ୍ଡିକେଟର ନିଷ୍ପତି ବହୁମତରେ ନିଆଯାଏ ।
ସିଣ୍ଡିକେଟରେ ସଂପୃକ୍ତ ବିଶ୍ବବିଦ୍ୟାଳୟର ସଂଖ୍ୟାଧୁକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ବବିଦ୍ୟାଳୟର ପ୍ରଭାବ ଅକ୍ଷୁର୍ଣ୍ଣ ରହିବ । ୱେବିନାରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର ସଂଶୋଧୂତ ଅଧାଦେଶର ମୁଖ୍ୟ ଦିଗ ବିଷୟରେ ବିଶଦ ଭାବରେ ଆଲୋଚନା କରି ଅନ୍ୟ ରାଜ୍ୟର ବିଶ୍ବବିଦ୍ୟାଳୟର ଅଧୁନିୟମର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ଏହି ୱେବିନାରରେ ପ୍ରାୟ ୧୦୦୦ ଶିକ୍ଷାବିତ ଭାଗ ନେଇଥିଲେ ।
Post a Comment