ଭୁବନେଶ୍ୱର ; ଗ୍ରୀଡ଼କୋର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ତ୍ରିଲୋଚନ ପଣ୍ଡା ଯୋଗଦାନ କରିଛନ୍ତି । ପେଶାରେ ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଥିବା ଶ୍ରୀ ପଣ୍ଡା ପୂର୍ବରୁ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ନେକୋର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି । ତାଙ୍କର ପାୱାର ସେକ୍ଟରରେ କାର୍ଯ୍ୟ କରିବାର ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ରହିଛି । ଏଥି ସହିତ ସେ ବୋର୍ଡ ସ୍ତରରେ ମଧ୍ୟ ରହି ସାରିଛନ୍ତି । ଆଜି ଶ୍ରୀ ପଣ୍ଡା ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିଜ ରାଜ୍ୟରେ କାର୍ଯ୍ୟ କରିବାର ସୁଯୋଗକୁ କିପରି ଭାବେ ସଫଳତାର ସହ କରିପାରିବେ ତାହା ଆଲୋଚନା କରିଥିଲେ । ଶ୍ରୀ ପଣ୍ଡାଙ୍କ ଯୋଗଦାନ ଫଳରେ ଗ୍ରୀଡ଼କୋ ତାଙ୍କର ଦୀର୍ଘଦିନ ଶିଳ୍ପ ଓ ଶକ୍ତି କ୍ଷେତ୍ରରେ ରହିଥିବା ଅଭିଜ୍ଞତାର ଭରପୂର ଲାଭ ଉଠାଇପାରିବ ବୋଲି ଆଶା କରାଯାଉଛି ।
ଗ୍ରୀଡ଼କୋର ନୂଆ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଯୋଗଦାନ।

Post a Comment