ଭୁବନେଶ୍ୱର ; ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସୁଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଅଦାଲତରୁ ଏହି ସୁଗିତାଦେଶ ଆଣିବାରେ ସକ୍ଷମ ହୋଇଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥନାର ବିଚାରକରି ବିଚାରପତି ଜଷ୍ଟିସ କେ.ଆର.ମହାପାତ୍ର ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୭.୦୮.୨୦୨୦ ରେ ଦେଇଥିବା ବିଜ୍ଞାପନରେ ୩୦.୦୯.୨୦ ୨୦ ତାରିଖ ଦିନ ୧୧ଟା ସମୟରେ ଝାରସୁଗୁଡା ଜିଲ୍ଲାର ଡାଲକି କୁରେବଗା ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ପାଇଁ ଯାହା ଧାର୍ଯ୍ୟ କରିଥିଲେ ତାହା ହୋଇପାରିବ ନାହିଁ ।
ରାୟ ସଂକ୍ରାନ୍ତରେ ମତ ଦେଇ ବିଧାୟିକା ଶ୍ରୀମତୀ ଟେଟେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଏହି ଜନଶୁଣାଣି । ବାତିଲ ପାଇଁ ସେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ରଲେଖି ଅନୁରୋଧ କରିଥିଲେ । ସରକାରୀ ସ୍ତରରେ ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଶ୍ରୀମତୀ ଟେଟେ ଓ ଶ୍ରୀ ତ୍ରିପାଠୀ ବାଧହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।
Post a Comment