loading...

ବିଦ୍ୟୁତ୍ ବ୍ୟବହାରକାରୀ ମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ନାହାନ୍ତି।ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ।

କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଉପଭୋକ୍ତା ଏବଂ ବିଶେଷକରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି ।

ବିଦ୍ୟୁତ୍ ବ୍ୟବହାରକାରୀ ମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ନାହାନ୍ତି।ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ।

ଭୁବନେଶ୍ୱର ; ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଫଚାନନ କାନୁନ୍‌ଗୋ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । କରୋନା । ମହାମାରୀ ସମୟରେ ସବୁ ଶ୍ରେଣୀର ଉପଭୋକ୍ତା ଏବଂ ବିଶେଷକରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଛୋଟବଡ ଦୋକାନୀ, ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ୍ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟା ସଳଖୁ ଛିଡା ହୋଇପାରି ନାହାନ୍ତି । ଏହି ବର୍ଗର ବିଦ୍ୟୁତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟବହାରର ୫୭% ରୁ ଅଧୁକ । ଅର୍ଥାତ୍ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମେଗାୱାର ପାଖାପାଖୁ ୨ ହଜାର ମେଗାୱାଟ୍ ଏମାନେ ବ୍ୟବହାର କରିଥାନ୍ତି । ସାଧାରଣତଃ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ଛାଡି ଦେଲେ ଅନ୍ୟ ବ୍ୟବହାରକାରୀଙ୍କ ମଧ୍ୟରୁ ପାଖାପାଖୁ ୩୩% କର୍ମଜୀବୀ ଅଟନ୍ତି । 

ସେମାନଙ୍କ ଆୟର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସରକାର ସଜାଡି ପାରିଲେନାହିଁ । ପ୍ରଦେଶ କଂଗ୍ରେସ ପୂର୍ବରୁ ଦାବି କରି ଆସିଥିଲା ଯେ ସରକାର ତୁରନ୍ତ କରୋନା ବର୍ଷ ପାଇଁ ବିଦ୍ୟୁତ୍ ଦର ଅତି କମ୍‌ରେ ୫୦% କମାନ୍ତୁ । ଏହା କେବଳ ସ୍ୱଳ୍ପ ଆୟକାରୀଙ୍କୁ ସାହାଯ୍ୟ ଦେଇନଥାନ୍ତା, ପରନ୍ତୁ ଛୋଟ ଛୋଟ ଘରୋଇ ଶିଳ୍ପର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାନ୍ତା । ତାହା ନକରି ସରକାରଙ୍କ ପ୍ରଚ୍ଛନ୍ନ ସହମତିରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଦର ବୃଦ୍ଧି କରିଦେଲେ । ସରକାର ସଫେଇ ଦେଇ କହିଲେ ଯେ ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁ ବାଦ୍ ଯାଇଛନ୍ତି । କିନ୍ତୁ ରାଜ୍ୟରେ ଚାଷୀମାନେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ୍ ବ୍ୟବହାର କରୁଥିବା ବେଳେ ବିପିଏଲ୍ ଉପଭୋକ୍ତାମାନେ ମାତ୍ର ୭% ବିଦ୍ୟୁତ୍ ବ୍ୟବହାର କରିଥାନ୍ତି । ଏଥିମଧ୍ୟରେ ୫୦ ୟୁନିଟରୁ କମ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ସୀମିତ । ତେଣୁ ସରକାରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ ।

ଖର୍ଚ୍ଚ ବଢ଼ିଯିବା ଆଳରେ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଓ ଏହାକୁ କ୍ରୟ କରୁଥିବା ଗ୍ରୀକୋର ଦାବୀ ଫଳରେ ଏପରି ବୃଦ୍ଧି କରାଗଲା । ଗ୍ରୀଡ୍‌କୋ ମୁଖ୍ୟତଃ ସମସ୍ତ ଉତ୍ପାଦନକାରୀ ସଂସ୍ଥା OPGCL, OHPGc ବିଭିନ୍ନ Captive Power Plant ଓ ଶକ୍ତି ବିକ୍ରୟକାରୀ ସଂସ୍ଥାଠାରୁ ବିଦ୍ୟୁତ୍ କିଣିଥାଏ ଓ ବିତରକ କମ୍ପାନୀମାନଙ୍କୁ ଦେବା ସହିତ ଅନ୍ୟ ରାଜ୍ୟ ଗ୍ରୀଡ୍ ଓ ଜାତୀୟ ଗ୍ରୀଡ୍‌କୁ ମଧ୍ୟ ବିକ୍ରୀ କରିଥାଏ । ଏ ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ସ୍ପଷ୍ଟୀକରଣ ରଖୁବା ଉଚିତ୍ । ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟୟର ୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖୁ ୟୁନିଟ୍ ପିଛା ୨ ଟଙ୍କାରେ ଓ ସୌର ବିଦ୍ୟୁତ୍ରରୁ ମିଳୁଥିବା ୧୦% ୟୁନିଟ୍ ପିଛା ପାଖାପାଖୁ ୨ ଟଙ୍କା ୫୦ ପଇସାରେ ମିଳିଥାଏ । ସବୁ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ କେବେ ବି ଅଧୁକ ନୁହେଁ । ତେବେ ୟୁନିଟ୍ ପିଛା ଏବେ ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେ କରାଗଲା ? ଗ୍ରୀଡ଼କୋର ପାଖାପାଖୁ ୭ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀ ଉପରେ ବକେୟା ପଡିଛି । ବିତରକ କମ୍ପାନୀମାନଙ୍କର ପାଖାପାଖୁ ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡ଼ିଛି । 

ରାଜ୍ୟ କଂଗ୍ରେସ ଓ ଉପଭୋକ୍ତା ମହାସଂଘ ବାରମ୍ବାର ଦାବୀ କରି ଆସିଛି ଯେ ଗତ କୋଡିଏ ବର୍ଷ ଭିତରେ ବିଦ୍ୟୁତ୍ ସଂପର୍କିତ ସମସ୍ତ ଆୟବ୍ୟୟର ହିସାବ ରାଜ୍ୟ ସିଏଜି ଦ୍ଵାରା ଅଡିଟ୍ କରାଯାଉ । କିନ୍ତୁ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗଣେଶ୍ୱର ବେହେରା ବିଦ୍ୟୁତ୍ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ୍ ବିତରଣ ଜନିତ କ୍ଷତି କମିବ, କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଏ ପର୍ଯ୍ୟନ୍ତ ବିତରଣ ଜନିତ କ୍ଷତି ୩୭% ରୁ ଉର୍ଦ୍ଧ ରହିଲା । ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧୁକ ଓ କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି । ସେଥୁପାଇଁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ସ୍ଵାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । କୌଣସି ବିତରକ କମ୍ପାନୀ ବିଦ୍ୟୁତ୍‌ ସରବରାହ ମାନ ବୃଦ୍ଧି ନିମନ୍ତେ ଗୋଟିଏ ବି ପଇସା ଖର୍ଚ୍ଚ କଲେ ନାହିଁ । ବରଂ ବାତ୍ୟା, ବନ୍ୟା, ବିଭିନ୍ନ ଗ୍ରାଟ୍ ଓ ବିଭିନ୍ନ ରଣ ଆଦି ବାବଦରେ ୩୦ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଛନ୍ତି । 

କେନ୍ଦ୍ର ଓ ରାଜ୍ୟ ସରକାର ଟାଟା ପରି ଏହିସବୁ କମ୍ପାନୀମାନଙ୍କୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବାର ପ୍ରତିଯୋଗୀତାରେ ଲାଗିଛନ୍ତି । ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣ କମ୍ପାନୀକୁ ଟେକି ଦିଆଗଲା । ଅପରପକ୍ଷରେ କେନ୍ଦ୍ର ଏହି କମ୍ପାନୀକୁ ୮୪ କୋଟି ଟଙ୍କାର ପ୍ୟାକେଜ୍ ଦେବାର ଯେଉଁ ଘୋଷଣା କରିଛି ତାହା ସନ୍ଦେହ ସୃଷ୍ଟି କରୁଛି । ରାଜ୍ୟ ସରକାର କ’ଣ ସେସୁକୁ ଦୁର୍ବଳ କରିବାକୁ ୭ ବର୍ଷ ଧରି ଦର ବୃଦ୍ଧି କରିନଥିଲେ ? ଟାଟା ନେବା ପରେ ଦର ବୃଦ୍ଧି କ’ଣ ପାଇଁ ଓ କାହା ସ୍ଵାର୍ଥରେ ? ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ଯଥେଷ୍ଟ ବଢିଛି । ୧୯୯୯ ମସିହାରେ ୧୪.୨୫ ଲକ୍ଷ ଉପଭୋକ୍ତା ଥୁବାସ୍ଥଳେ ୨୦୧୮-୧୯ ମସିହାରେ ୬୮.୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଚାଷୀ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ସାମଗ୍ରୀକ ଭାବରେ ୧୦ ପ୍ରତିଶତରୁ ଅଧୁକା ନୁହେଁ, ତେଣୁ ବିଦ୍ୟୁତ୍ ଦର ବୃଦ୍ଧିରେ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବେନାହିଁ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ । ପୂର୍ବରୁ ୧୯୯୯ ମସିହାରେ ଜଣେ ବିଦ୍ୟୁତ୍ କର୍ମଚାରୀ ପିଛା ୩୩ ଜଣ ଉପଭୋକ୍ତା ଥିବାସ୍ଥଳେ ବର୍ତ୍ତମାନ ଏ ସଂଖ୍ୟା ୩୦୦ ରୁ ଅଧିକ । 

ସରକାର ବଡବଡ ଶିଳ୍ପସଂସ୍ଥା ଓ ଉଦ୍ୟୋଗପତିମାନଙ୍କ ଉପରେ ବାକି ପଡିଥିବା ହଜାର ହଜାର କୋଟି ଟଙ୍କା ଆଦାୟ କରିବା ପରିବର୍ତ୍ତେ ମାତ୍ର ୬୬୦ କୋଟି ଟଙ୍କାର ଚାପକୁ ଭରଣା କରିବା ପାଇଁ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଲେ । ୟୁପିଏ ସରକାର ସମୟରେ ଓଡିଶାରେ ୮ଟି ମାଇକ୍ରୋ ହାଇକ୍ରୋ ପ୍ରୋଜେକ୍ଟ ହେବାକୁ ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କାମ କରା ନଯିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଓଡିଶା ସରକାର ତୁରନ୍ତ ବଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ କଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥ ଚେତାବନୀ ଦେଇଥିଲେ । କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଜନିତ ଅତିରିକ୍ତ ଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget