loading...

ଖୋର୍ଦ୍ଧା ଜିଲ୍ଲାର ବିଜେଡ଼ି ଓ ବିଜେପିର କର୍ମୀ ଓ ନେତାବୃନ୍ଦ କଂଗ୍ରେସରେ ମିଶିଲେ ।

ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଉପସ୍ଥିତିରେ ଜଟଣୀ ବିଧାୟକ

ଖୋର୍ଦ୍ଧା ଜିଲ୍ଲାର ବିଜେଡ଼ି ଓ ବିଜେପିର କର୍ମୀ ଓ ନେତାବୃନ୍ଦ କଂଗ୍ରେସରେ ମିଶିଲେ ।

ଭୁବନେଶ୍ୱର ; ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଉପସ୍ଥିତିରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅତୁଳନୀୟ ସମାଜ ସେବା ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ ପ୍ରତି ଆକର୍ଷିତ ହୋଇ ଏବଂ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଅଖୁଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ସମ୍ମାନନୀୟ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଅଖୁଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ସମ୍ମାନନୀୟ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ଵକୁ ସମ୍ମାନ ଜଣାଇ ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ବିଜେପିର ବହୁ ନେତା ଓ କର୍ମୀ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଲେ । 

ଏଥିରେ ଯୁବା ନେତୃସ୍ଥାନୀୟ ବ୍ୟକ୍ତମାନେ ହେଲେ ଉମାକାନ୍ତ ମହାପାତ୍ର, ବିଷ୍ଣୁ ଚରଣ ଛୋଟରା, ସୁଧାକର ସାହୁ, ସୁନିଲ୍ କୁମାର ଘଡେଇ, ପରମାନନ୍ଦ ବେହେରା, ବନବିହାରୀ ସାହୁ, ବଳରାମ ସାହୁ, ବିରେନ୍ଦ୍ର ସିଂ, ସୌମ୍ୟ ହରିଚନ୍ଦନ, ସୋମନାଥ ଷଡ଼ଙ୍ଗୀ, ନରହରି ଦଲେଇ, ସୁମନ୍ତ ସେଠୀ, ଶ୍ରୀକାନ୍ତ ପଣ୍ଡା, ରମାକାନ୍ତ ଭୋଇ, କୁଳମଣି ପ୍ରମୁଖ ଏମାନଙ୍କର ଯୋଗଦାନ ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ  ସଂଗଠନକୁ ମଜବୁତ କରିବ ବୋଲି ଶ୍ରୀ ରାଉତରାୟ ତାଙ୍କ ବକ୍ତାବରେ କହିଛନ୍ତି । ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜେନା ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ମ୍ୟୁନିସିପାଲିଟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ମନମ୍ମଥା ରାଉତରାୟ, ପ୍ରକାଶ ଜେନା ଓ କଳିଙ୍ଗ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget