loading...

ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି ସର୍ବସମ୍ମତ ପ୍ରସ୍ତାବ ।

ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି ପ୍ରସ୍ତାବ । ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ବିଧାୟକମାନଙ୍କୁ ନିବେଦନ।

ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି ସର୍ବସମ୍ମତ ପ୍ରସ୍ତାବ ।

ଭୁବନେଶ୍ୱର : କେନ୍ଦ୍ର ସରକାର ତଥା ଅନ୍ୟାନ୍ୟ ରାଜ୍ୟ ସରକାରମାନେ ବିଭିନ୍ନ ବନ୍ଦରର ନୂତନ ନାମକରଣ କରୁଛନ୍ତି । ଗୁଜୁରାଟର ଗୋଟିଏ ବନ୍ଦରକୁ ଦିନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଛି । ସେହିଭଳି ତାମିଲନାଡୁର ଏକ ବନ୍ଦରକୁ ମଧ୍ୟ ପେରିଆଙ୍କ ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାର କଲିକତା ବନ୍ଦରର ୧୫୦ ତମ ପୂର୍ତ୍ତି ଉପଲକ୍ଷେ କଲିକତା ପୋର୍ଟ ଟ୍ରଷ୍ଟକୁ ଶ୍ରୀଯୁକ୍ତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିଛନ୍ତି । ଗତ ଜାନୁଆରୀ ୧୨ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସମାଜବାଦୀ ପାଟି ପକ୍ଷରୁ ଏକ ପତ୍ର ଲେଖାଯାଇ ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି । 

ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ମଧ୍ୟ ପ୍ରେରଣ କରାଯାଇଥିଲା । ବିଗତ ସଂସଦ ଅଧିବେଶନ ସମୟରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଏହି ଦାବିକୁ ସମାଜବାଦୀ ପାର୍ଟିର ମୁଖ୍ୟ ମହାସଚିବ ତଥା ସାଂସଦ ପ୍ରଫେସର ରାମଗୋପାଳ ଯାଦବ ମଧ୍ୟ ଦୃଢ଼ ସମର୍ଥନ ଜଣାଇଛନ୍ତି । ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକମାନଙ୍କୁ ଦଳମତ ନିର୍ବିଶେଷରେ ଆମ୍ଭେ ଅନୁରୋଧ କରୁଛୁକି, ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯାଉ । 

ଆପଣମାନେ ସମସ୍ତେ ପାରାଦୀପ ବନ୍ଦର ପ୍ରତିଷ୍ଠା ଦିଗରେ ବିଜୁ ବାବୁଙ୍କ ଅବଦାନ ବିଷୟରେ ସମ୍ପୂର୍ଣ୍ଣ ଅବଗତ । ତେଣୁ ଦଳମତ ନିର୍ବିଶେଷରେ ରାଜନୀତିର ଊଦ୍ଧିକୁ ଉଠି ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦରକୁ ନାମିତ କରିବାକୁ ଏକ ସର୍ବସମ୍ମତ ପ୍ରସ୍ତାବ ବିଧାନସଭାରେ ଗୃହୀତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ବିଧାୟକମାନଙ୍କୁ ନିବେଦନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget