ଭୁବନେଶ୍ୱର ; ଅଖୁଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରାରେ ଯାଇ ଅପରାହ୍ନ ଘ. ୧୧.୩୦ ମି. ସମୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦ୍ବାରା ଅକୃତ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଚଳିତ ସଂସଦରେ ତିନିଗୋଟି କୃଷକ ମାରଣ ବିଧେୟକ ପାରିତ ପ୍ରତିବାଦରେ ଏକ ସ୍ମାରକ ପତ୍ର ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧ୍ବ ମଣ୍ଡଳୀ ରାଷ୍ଟ୍ରପତିଙ୍କ ମହାମହିମ ରାଜ୍ୟପାଳଙ୍କ ପ୍ରତିନିଧୁଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ତିନିଗୋଟି ବିଦ୍ୱାରା ଓଡ଼ିଶା ସମେତ ହରିଆନା, ପଞ୍ଜାବ, ମହାରାଷ୍ଟ୍ର ଓ ସାରା ଦେଶରେ କୋଟି କୋଟି କ୍ଷୁଦ୍ର, ମଧମ, ନାମମାତ୍ର ଓ ଭାଗଋଷୀମାନଙ୍କର ବହୁବିଧ କ୍ଷତି ଘଟିବ । ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବିକ୍ରିରୁ ସେମାନେ ବଂଚିତ ରହିବେ । ଏହାଦ୍ବାରା ଉଦ୍ଦେଶ୍ୟ ପତି ଓ ପୁଞ୍ଜିପତିମାନେ ବହୁଧା ଲାଭବାନ ହେବା ବେଳେ କୃଷକମାନଙ୍କର ଜମି ଉପରେ ଅଧୁକାର କ୍ଷୁର୍ଣ୍ଣ ହେବ । ଅନ୍ନଦାତାମାନଙ୍କର ପେଟରେ ଲାତ ମାରିଥିବା କେନ୍ଦ୍ରର ବିଜେପି ନେତୃତ୍ଵ ମୋଦୀ ସରକାର ଋଷୀମାନଙ୍କୁ ପ୍ରତାରିତ କରିଛନ୍ତି । ସାରା ଦେଶରେ ଋଷୀମାନଙ୍କର ସ୍ବାର୍ଥକୁ ସୁରକ୍ଷିତ ରଖୁବା ଓ ସେମାନଙ୍କ ପରିବାର ନିକଟରେ କଂଗ୍ରେସ ଦଳ ସଦାସର୍ବଦା ଛିଡ଼ା ହୋଇ ଆସିଛି । ଏପରିକି ରାଷ୍ଟ୍ରପତି ମହୋଦୟ ଗତକାଲି ତରବରିଆ ଭାବେ ତିନୋଟି ବିଲ୍କୁ ଆଇନରେ ପରିଣତ କରିବା କୋଟି କୋଟି ଋଷୀଙ୍କୁ ଗଭୀର ଦୁଃଖ ଦେଇଛି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପିସିସିର । କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମାଝାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଟିଆ, ଏଆଇସିସି ସଂପାଦକ ଶ୍ରୀଯୁକ୍ତ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧୁରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜଗନ୍ନାଥ ପଟ୍ଟନାୟକ ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ଆଇନଜୀବି ଶିବାନନ୍ଦ ରାୟ, ରାଜ୍ୟ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ବିପିନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଭୂଷଣ ଦାସ, ସମ୍ବୁ ପାଣିଗ୍ରାହୀ, ବିଶ୍ବଜିତ୍ ଦାସ, ନିକୁଞ୍ଜ ପଶାୟତ, ସତ୍ୟବ୍ରତ ନାୟକ, ଅଶୋକ ସାମଲ ପତ୍ନାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ହଳଧର ସେଠୀ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି, ନାସିର ଅହମ୍ମଦ ଖାନ, ଦେଓ ପ୍ରସାଦ, ରସିକ ଚାନ୍ଦ ପଟ୍ଟନାୟକ, ପ୍ରକାଶ ଜେନା, ଆଇନଜୀବି ଲଲାଟେନ୍ଦୁ ଦାସ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୂୟାଁ, ମୋହନ ଗାନ୍ଧୀ, ସୁଶାନ୍ତ ତ୍ରିପାଠୀ, ରାଜକିଶୋର ବାରିକ, ସଂଜୟ ରାୟ, ଦୀପକ ସାହୁ, ଜୟକୃଷ୍ଣ ମଲିଆ, ଦେବୀପ୍ରସାଦ ବାହାଲିଆ, ନିରୋଦ ବରଣ ଝୁଟିଆ, ମନୋଜ କୁମାର ସାହୁ, ଜମ୍ବେଶ୍ଵର ମଲିକ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ନିରଞ୍ଜନ ଲେଙ୍କା, ସଂଜୀବ ମହାନ୍ତି, ବିନୋଦ ରାଉତ, କୁଳମଣି ସାହୁ, ମହମ୍ମଦ ସାହାଉଲ୍ଲା, ପ୍ରମୁଖ ପଦଯାତ୍ରାରେ ଯାଇ ରାଜଭବନ ସମ୍ମୁଖରେ କେନ୍ଦ୍ରର କୃଷମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଶୋଦଗାର କରିଥିଲେ ।
Post a Comment