loading...

ଆଜି ଭର୍ଚୁଆଲ୍ ଟୁର୍ ରେ ଚୁକୁଟିଆ ଭୁନ୍ଜିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୫ଟି ପଦକ୍ଷେପ ସ୍ୱରୂପ କୋଭିଡ୍‌ ପରିପ୍ରେକ୍ଷୀରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ଆଜି ଭର୍ଚୁଆଲ୍ ଟୁର୍ ରେ ଚୁକୁଟିଆ ଭୁନ୍ଜିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି।

ଭୁବନେଶ୍ୱର ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୫ଟି ପଦକ୍ଷେପ ସ୍ୱରୂପ କୋଭିଡ୍‌ ପରିପ୍ରେକ୍ଷୀରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଆଜି ଦର୍ଶକମାନେ ଟୁଇଟର ଓ ଫେସ୍‌ବୁକ୍ ପେଜ୍ @scstrti ଓ @stscdev ଖୋଲି ଓଡ଼ିଶାର ଚୁକୁଟିଆ ଭୁନ୍ଜିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଭିଡ଼ିଓରେ ଦେଖୁପାରିବେ । ଆଦିମ ଜନଜାତି ଗୋଷ୍ଠୀର ଚୁକୁଟିଆ ଭୁନ୍ଜିଆ ଜନଜାତି ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଉପତ୍ୟକାରେ ବସବାସ କରନ୍ତି । ସେମାନଙ୍କର ମୁଖ୍ୟ ଜୀବିକା କୃଷି ଓ ଭାଷା ଦ୍ରାବିଡ଼ । ମାଳିରେ ହାର ପ୍ରସ୍ତୁତି ସେମାନଙ୍କର ଅନ୍ୟତମ ପେଶା ଅଟେ । 

ଚୁକୁଟିଆ ଭୁଜିଆ ଜନଜାତିଙ୍କ ଆରାଧ୍ୟ ଦେବତା ସୁନାଦେଈ । ଏହି ଜନଜାତିଙ୍କ ବିଭିନ୍ନ ଉତ୍ସବ ମଧ୍ୟରେ ଦଶହରା, ମହୁଆ ଫୁଲ ସଂଗ୍ରହ ଓ ପୋଡୁଚାଷ ମହାଆଡମ୍ବରରେ ପାଳିତ ହୋଇଥାଏ । ଭୁଜିଆମାନେ ଉଭୟ ବାଇଗା’ ଓ ଛତିଶଗଡ଼ି ଉପଭାଷା ବ୍ୟବହାର କରିଥାନ୍ତି । ଭୁଜିଆ ଜନଜାତି ଅନ୍ତର୍ଗତ ଦୁଇପ୍ରକାର ଜନଜାତି ‘ଚୁକୁଟିଆ ଭୁନ୍ଜିଆ’ ଓ ‘ଚିଣ୍ଡା ଭୁନ୍ଜିଆ’ଙ୍କ ମଧ୍ୟରୁ ପ୍ରଥମ ଗୋଷ୍ଠୀ ଆଦିମ ଜନଜାତି ଓ ଦ୍ବିତୀୟଟି ‘ହୋଭା’ ଓ ଗୋଣ୍ଡ’ ବଂଶଧର ଅଟନ୍ତି । ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ପରିଚୟ ଅନନ୍ୟ । ପବିତ୍ର ରୋଷେଇ ଘର ଘର ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ପାଇଥାଏ । କୌଣସି ବାହାର ଲୋକ କିଚେନ୍ ସେକୁ ସ୍ପର୍ଶ କଲେ ତାକୁ ଭାଙ୍ଗି ଦିଆଯାଇ ନୂଆ ତିଆରି କରାଯାଏ । 

ନୂଆ ସେଡ୍ ତିଆରି ହେବା ପର୍ଯ୍ୟନ୍ତ ବାହାରେ ଖୋଲାରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଚୁକୁଟିଆ ଭୁନ୍ଜିଆ ଜନଜାତି ମହିଳାମାନେ ମାଳି ଓ କଏରେ ତିଆରି ହାର, ବ୍ରାସ୍ ଓ ଗ୍ଲାସ୍ ଚୁଡ଼ି, ଆଙ୍କଲେଟ୍ ଓ ଆଲୁମିନିୟମ୍ କିମ୍ବା ରୂପାରେ ତିଆରି ଇୟରରିଙ୍ଗ୍ ବ୍ୟବହାର କରିଥାନ୍ତି । ମହିଳାମାନେ ଅତି ସୁନ୍ଦର, ନିଆରା କେଶବିନ୍ୟାସ କରିଥାନ୍ତି । ଆବହମାନ କାଳରୁ ସବୁ ବୟସର ମହିଳାମାନେ ନିଜର ବାହୁ ଓ ହାତରେ ସୁନ୍ଦର ଡିଜାଇନ୍‌ର ଚିତା କୁଟାନ୍ତି । ମାଳିରେ ପ୍ରସ୍ତୁତ ବିଭିନ୍ନ କଳାକୃତି ଚୁକୁଟିଆ ଇଂଜିଆଙ୍କର ମୁଖ୍ୟ ପେଶା । ନିଜକୁ ହାତରେ ପ୍ରସ୍ତୁତ ମାଳିରେ ସଜାଇଥାନ୍ତି । ସ୍ଥାନୀୟ ବଜାରରୁ ସୂତା କ୍ରୟ କରିବା ସହ ଜଙ୍ଗଲରୁ ଜି ସଂଗ୍ରହ କରିଥାନ୍ତି ଓ ରଙ୍ଗବେରଙ୍ଗର ମାଳିରେ ହାର ତିଆରି କରନ୍ତି ।

ଆଜିର ଭିଡ଼ିଓରେ ଦର୍ଶକମାନେ ଚୁକୁଟିଆ ଭୁନ୍ଜିଆମାନଙ୍କର ଆକର୍ଷଣୀୟ ଘର ଦେଖୁପାରିବେ । କାଠର ଖୁଣ୍ଟ ସ୍ତମ୍ଭକୁ କାଦୁଅରେ ପ୍ଲାଷ୍ଟର କରାଯାଇ କିପରି ଗୃହନିର୍ମାଣ କରାଯାଇଥାଏ ଓ ଅତିଥିମାନଙ୍କ ନିମନ୍ତେ ବାରଣ୍ଡା ନିର୍ମାଣ କରାଯାଇଥାଏ ସେସବୁ ଦର୍ଶକମାନେ ଜାଣିପାରିବେ । ପ୍ରକାଶଥାଉ କି, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ଅଗଷ୍ଟ ୨ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଭର୍ଚୁଆଲ୍ ଟୁର୍ କରିପାରୁଛ
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget