loading...

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ଜଟଣୀ ; ଜଟଣୀ ବ୍ଲକର ତିରିମଲ୍ଲା ଗ୍ରାମ ପଂଚାୟତର ପାଣ୍ଡିଆବିର୍ଲି, ବୁଢ଼ାଙ୍ଗଗେରା, ରାଣିପୁର, ବିସିଆପଡ଼ା, ବୁଢ଼ାପଡ଼ା, ବରକୁଦା, ପାଂଚଗାଁ, ବିରିବନ୍ଧ, କୁହା, କଂଟିଲୋ, ଅରକୁଳ, ବୋତଣ୍ଡା ଲୋକମାନେ ପାଣି ଘେରରେ ଥିବାବେଳେ ସେହିପରି ଖୋର୍ଦ୍ଧା ବ୍ଲକରେ କେରଙ୍ଗ ଗ୍ରାମପଂଚାୟତର କୁମ୍ବିଲେ, ସେହିପରି ହଳଦିଆ ଗ୍ରାମପଂଚାୟତର ବସନ୍ତ, କୁହାପୁଟୁ, ପାଟଣା, ବାଲିସାହି ଆଦି ଅଂଚଳର ଜନସାଧାରଣ ୧୫ଦିନ ହେଲାଣି ପାଣିଘେରରେ ଅଛନ୍ତି । ଲୋକମାନଙ୍କ ସହ ଗୋରୁ ଗାଈ ମଧ୍ୟ ଉପାସ ଭୋକରେ ଘୋର ସଂକଟରେ ରହିଛନ୍ତି । 

ସରକାରଙ୍କର ରିଲିଫର ବ୍ୟବସ୍ଥା କିଛି ନାହିଁ ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି ଏବଂ ତିରିମଲ୍ଲରେ ସୃଷ୍ଟିହୋଇଥିବା ଏକ ବଡ଼ଘାଇ ତୁରନ୍ତ ମରାମତି କରିବାକୁ ଶ୍ରୀ ରାଉତରାୟ ଦାବି କରିଛନ୍ତି । ଆଜି ସେ ଇଂଚରେ ଉପରୋକ୍ତ ବନ୍ୟାଚଳକୁ ଯାଇ ରିଲିଫ ବାଟିଛନ୍ତି । ସରକାର ଯଥାଶୀଘ୍ର ରିଲିଫ୍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତ ଅଂଚଳରେ ରିଲିଫ ଯୋଗାଇ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବାକୁ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏଠାରେ ସୂଚାଇ ଦେଉଛକି ପ୍ରତିଦିନ ବନ୍ୟାଚଳ ବୁଲି ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରଙ୍କ ପାଖରେ ସୁବ୍ୟବସ୍ଥା ପାଇଁ ଦାବି ଉପସ୍ଥାପନା କରି ଆସୁଛନ୍ତି ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget