loading...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା।

ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତର ସ୍ଵର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏକ ଶୋକସଭା ଆଜି କଂଗ୍ରେସ ଭବନ ଠାରେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା।


ଭୁବନେଶ୍ୱର ; ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତର ସ୍ଵର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏକ ଶୋକସଭା ଆଜି କଂଗ୍ରେସ ଭବନ, ଭୁବନେଶ୍ବର ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସଭାପତି ଶ୍ରୀ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ସ୍ବର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅମର ଆତ୍ମାର ସ୍ମୃତିଚାରଣ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ଵର୍ଗତଃ ମୁଖାର୍ଜୀ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସ୍ପଷ୍ଟବାଦୀ ନେତା ଥିଲେ । ଯେତେବେଳେ ସେ ତାଙ୍କ ସରକାରୀ ବାସଭବନରେ ଦେଖା କରି ଓଡିଶାର ବିଭିନ୍ନ ଜିଲ୍ଲାରେ କିଭଳି ଚିନିକଳ ପ୍ରତିଷ୍ଠା ହୋଇପାରିବ, ସେ ନେଇ ତାଙ୍କ ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେହିଦିନ କେନ୍ଦ୍ର କୃଷି ବିଭାଗର ସଚିବଙ୍କ ସାକ୍ଷାତ ସମୟରେ ସଚିବ ତାଙ୍କୁ କହିଥିଲେ ଆପଣଙ୍କ ରାଜ୍ୟର ଚିନିକଳ ପ୍ରତିଷ୍ଠା ପାଇଁ ଅନୁମତିପତ୍ର ହୋଇଗଲାଣି । ଆପଣ କାଲି ପାଇଯିବେ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ସ୍ଵର୍ଗତ ମୁଖାର୍ଜୀଙ୍କ ଅମର ଆତ୍ମାର ସ୍ମୃତିଚାରଣ କରି କହିଥିଲେ ଯେ ସ୍ଵର୍ଗତ ମୁଖାର୍ଜୀ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ସଂକଟମୋଚକ ଏବଂ ଅଗାଧ ଜ୍ଞାନ ଓ ଗାରିମାର ଅଧୁକାରୀ ଥିଲେ । 

ସେ ହେଉଛନ୍ତି ଭାରତବର୍ଷର ପ୍ରଥମ ରାଷ୍ଟ୍ରପତି ଯିଏକି ସାଧାରଣ ଜନତା ଭାରତର ରାଷ୍ଟ୍ରପତିଙ୍କୁ ମହାମହିମ ବୋଲି ସମ୍ବୋଧନ ନକରିବା ପାଇଁ ନିବେଦନ କରିଥିଲେ ଏବଂ ଏହା ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଥିଲେ । ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଝୁଟିଆ ଦିବଂଗତ ନେତା ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରି ସେ କିଭଳି ତୃଣମୂଳ ସ୍ତରରୁ ଶୀର୍ଷ ସ୍ତରୀୟ ନେତୃବର୍ଗଙ୍କ ସହ ମିଶିପାରୁଥିଲେ ଏବଂ ବିଶାଳ ହୃଦୟର ଅଧୁକାରୀ ଥିଲେ । ସେ ଓଡିଶାକୁ ଅତ୍ୟଧୁକ ଭଲ ପାଉଥିଲେ ଏବଂ ଶ୍ରୀଜଗନ୍ନାଥ ତାଙ୍କର ଆରାଧ ଦେବତା ଥିଲେ । ଓଡ଼ିଶା ଆସିଲେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ଏବଂ ପୂଜାର୍ଚ୍ଚନା ନକରି ସେ ଫେରି ଯାଉନଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସ୍ଵର୍ଗତ ମୁଖାର୍ଜୀଙ୍କର ସ୍ମୃତିଚାରଣ କରି କହିଲେ ଯେ କଂଗ୍ରେସ ନେତୃବର୍ଗ ଓ ବିରୋଧ ନେତୃବର୍ଗଙ୍କ ସହିତ ତାଙ୍କର ସୁସଂପର୍କ ଥିଲା । ସେ ପ୍ରଣବ ଦା’ ବୋଲି ସର୍ବେ ପରିଚିତ ଥିଲେ । ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ ସ୍ଵର୍ଗତ ମୁଖାର୍ଜୀ ଜଣେ ବିଦ୍ୱନ, ବିଚକ୍ଷଣ ରାଜନୀତିଜ୍ଞ ଏବଂ ଜଣେ ଉଚ୍ଚକୋଟୀର ବ୍ୟକ୍ତି ଥିଲେ । 

ତାଙ୍କ ସହିତ ଯିଏ ଥରେ ମିଶିଛି ସେ କେବେ ତାଙ୍କୁ ଭୁଲିପାରିବ ନାହିଁ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଏବଂ ପିସିସିର ପୂର୍ବତନ ଉପସଭାପତି ଶିବାନନ୍ଦ ରାୟ ଅମର ଆତ୍ମାର ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ରାଜନୈତିକ ଜୀବନ ଏବଂ ତାଙ୍କର ବିଚକ୍ଷଣ ଜ୍ଞାନକୁ ପ୍ରଶଂସା କରିଥିଲେ । ସ୍ୱର୍ଗତଃ ମୁଖାର୍ଜୀଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିପିନ୍ ଦାସ, ମନୋରଞ୍ଜନ ଦାଶ, ଜାନକୀବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, ହଳଧର ସେଠୀ, ବିଶ୍ବଭୂଷଣ ଦାସ, ବିସ୍ମୟ ମହାପାତ୍ର, ଦୀପକ ମହାପାତ୍ର, ସତ୍ୟସ୍ବିତ ମହାନ୍ତି, ତରୁଣକାନ୍ତ ମିଶ୍ର, ପ୍ରକାଶ ମିଶ୍ର, ଶୈଳେନ୍ଦୁ ମଜୁମ୍‌ଦାର, ସତ୍ୟବ୍ରତ ନାୟକ, ସୁନିତା ବିଶ୍ୱାଳ, ମନୋଜ ନାୟକ, ନାସିର ଅହମ୍ମଦ ଖାନ୍, ଦେଓ ପ୍ରସାଦ, ମୋହନ ଜେନା, ଦେବେନ୍ଦ୍ର ଦାସ, ପ୍ରସନ୍ନ ପାଇକରାୟ, କହ୍ନେଇ ସେଠୀ, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତଃ ମୁଖାର୍ଜୀଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget