
ଭୁବନେଶ୍ୱର ; ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକ୍ର ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପରିସ୍ଥିତି ଓ ତଦଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ସେ ତାଙ୍କ ଗସ୍ତବେଳେ ଓଡ଼ିଶା ଫାୟାର ସର୍ଭିସ୍ର ଜବାମାନେ ସ୍ଥାନୀୟ ପ୍ରଶାସନକୁ ରିଲିଫ୍ ଯୋଗାଣ କାର୍ଯ୍ୟରେ ସହଯୋଗ କରୁଥିବା ସେ ତଦାରଖ କରିଥିଲେ । ସେ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୋଳଥିଆ ଓ କୃଷ୍ଣଦାସପୁର ଗ୍ରାମକୁ ଡଙ୍ଗରେ ଯାଇ ସ୍ଥିତି ପରଖୁଥିଲେ । ସେଠାରେ ଅଗ୍ନିଶମ ବାହିନୀର କାର୍ଯ୍ୟ ଦେଖୁ ସେ ତାଙ୍କୁ ପ୍ରଶଂସା କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ଫାୟାର ସର୍ଭିସ୍ ଟିମ୍ଗୁଡ଼ିକର ପ୍ରସ୍ତୁତି ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ କେନ୍ଦ୍ରାପଡ଼ାର ବିଧାୟକ ଶ୍ରୀ ଶଶିଭୂଷଣ ବେହେରା ମନ୍ତ୍ରୀଙ୍କ ସହିତ ବନ୍ୟା ଅଞ୍ଚଳ ବୁଲି ଦେଖୁଥିଲେ ।
Post a Comment