loading...

ଆରଏସ୍ଏସ୍ ତରଫରୁ ପଟ୍ଟାମୁଣ୍ଡାଇ ବନ୍ୟା ଅଂଚଳରେ ରିଲିଫ ବିତରଣ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ପେଣ୍ଡପାଳ ଫଚାୟତରେ ବନ୍ୟାବିପନ୍ନଙ୍କୁ ରିଲିଫ ପ୍ରଦାନ।

ଆରଏସ୍ଏସ୍ ତରଫରୁ ପଟ୍ଟାମୁଣ୍ଡାଇ ବନ୍ୟା ଅଂଚଳରେ ରିଲିଫ ବିତରଣ।

ପଟ୍ଟାମୁଣ୍ଡାଇ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ପେଣ୍ଡପାଳ ଫଚାୟତରେ ବନ୍ୟାବିପନ୍ନଙ୍କୁ ରିଲିଫ ପ୍ରଦାନ କରାଯାଇଛି । ସଂଘ ତରଫରୁ ଅଳପୁଆ ଫଚାୟତର ଅଳପୁଆ ଗ୍ରାମ, ପେଣ୍ଡପାଳ ଫଚାୟତର ଦାଣ୍ଡିସାହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ବ ପରିବାରଙ୍କୁ ଶୁଖୁଲା ଖାଦ୍ୟ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରାଯାଇଛି । ଅଳପୁଆ ଫଚାୟତର ପାଣିଘେରରେ ଥିବା ୧୫ଟି ପରିବାର ଯେଉଁମାନେ କି ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି, ସେ ସ୍ଥାନକୁ ସ୍ବୟଂସେବକମାନେ ଯାଇ ଶୁଖୁଲାଖାଦ୍ୟ ସହିତ ମଶାଧୂପ, ମଶାରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏଥିସହିତ ଆଳି ବ୍ଲକର ବଅଁରପୁର ଗ୍ରାମରେ ୪୦୦ ଗୋମାତାଙ୍କ ପାଇଁ ଗୋଖାଦ୍ୟ ବିତରଣ କରାଯାଇଥିଲା । ବଅଁରପୁର ଗ୍ରାମରେ ସଂପୂର୍ଣ୍ଣରୂପେ ଘରଭାଙ୍ଗି ଯାଇଥିବା ପରିବାରକୁ ଶୁଖୁଲା ଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ ପ୍ରଦାନ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget