loading...

ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆରଏସ୍‌ଏସ୍‌ର ଶୋକ।

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ.ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ ।

ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆରଏସ୍‌ଏସ୍‌ର ଶୋକ।

ନାଗପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ.ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଡକ୍ଟର ମୁଖାର୍ଜୀଙ୍କ ବିୟୋଗ ଦେଶ ତଥା ସ୍ୱୟଂସେବକମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ସଂଘର ସରସଂଘଚାଳକ ଡ.ମୋହନ ଭାଗବତଜୀ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସରସଂଘଚାଳକ ଶୋକବାର୍ତ୍ତାରେ କହିଛନ୍ତି ଯେ,କୁଶଳୀ ପ୍ରଶାସକ, ରାଷ୍ଟ୍ରହୀତ ପାଇଁ ସର୍ମପିତ ଜୀବନ, ଦଳମତ । ନିର୍ବିଶେଷରେ ସମସ୍ତଙ୍କ ପାଖରେ ସୁପରିଚିତ, ଲୋକପ୍ରିୟ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ତାଙ୍କ ଜୀବନ ଯାତ୍ରା ପୂର୍ଣ୍ଣକରି ପରମତତ୍ଵରେ ବିଲୀନ ହୋଇଛନ୍ତି । ଭାରତର ରାଜନୈତିକ, ସାମାଜିକ ଜୀବନରେ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଏହି ଶୂନ୍ୟସ୍ଥାନ ପୂରଣ କରିବା ସହଜ ହେବ ନାହିଁ । ସଂଘ ପ୍ରତି ତାଙ୍କର ଭଲ ପାଇବା, ପ୍ରେମ ଏବଂ ସୌହାର୍ଘ୍ୟ ହେତୁ ସେ ଆମ ପାଇଁ ଜଣେ ପଥପ୍ରଦର୍ଶକ ଥିଲେ । ତାଙ୍କର ବିୟୋଗ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ।

ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସରସଂଘଚାଳକଜୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଭାରତ ବର୍ଷର ପୂର୍ବତନ ରାଷ୍ଟ୍ରପତି ଡ.ପ୍ରଣବ ମୁଖାର୍ଜୀଙ୍କ ବିୟୋଗ, ତାଙ୍କ ସଂପର୍କରେ ଆସିଥିବା ଆମ ସମସ୍ତ ସ୍ୱୟଂସେବକମାନଙ୍କ ପାଇଁ ଏକ ବହୁତ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ରାଷ୍ଟ୍ରପତି ଥିବା ବେଳେ ମୁଁ ତାଙ୍କୁ ଦୁଇ ଥର ଏବଂ ପରେ ତିନି ଚାରି ଥର ମଧ୍ୟ ଭେଟିଥିଲି ତାଙ୍କର ଆତ୍ମୀୟତା ଏବଂ ଉଦାର ସ୍ୱଭାବ ବ୍ୟବହାର ଯୋଗୁଁ ତାଙ୍କ ସହିତ ପ୍ରଥମ ସାକ୍ଷାତ ବେଳେ ମୋତେ ଲାଗୁଥିଲା ଯେ ମୁଁ ଭାରତ ରାଷ୍ଟ୍ରପତିଙ୍କ ସହିତ ନୁହେଁ, ଘରର ଜଣେ ବୟୋଜ୍ୟେଷ୍ଟ ବ୍ୟକ୍ତିଙ୍କ ସହିତ କଥା ହେଉଛି । ତାଙ୍କର ଏହି ବ୍ୟବହାର ସଦା,ସର୍ବଦା, ସର୍ବତ୍ର, ଯାହା ମୋ ପାଇଁ ଥିଲା ତାହା ସମସ୍ତଙ୍କ ପାଇଁ  ନାଗପୁର ସଂଘଶିକ୍ଷା ବର୍ଗ ଦେଖୁବା ପାଇଁ ଆସିଥିଲେ । ଅନ୍ୟ ୧୦-୧୨ ଜଣ ଅତିଥୁ ମଧ୍ୟ ଥିଲେ । ତାଙ୍କ ସହିତ ପରିଚୟ ହେବାର କାର୍ଯ୍ୟକ୍ରମ ଥିଲା । ସମସ୍ତେ ଆସି ବସିଲେ, ପ୍ରଣବ ଦା ମଧ୍ୟ ଆସି ବସିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସଂଯୋଜକ ଜଣଙ୍କ ଯେତେବେଳେ ଠିଆ ହୋଇ ପରିଚୟ କରିବାକୁ ଆରମ୍ଭ କଲେ, ଠିକ ସେତିକି ବେଳେ ପ୍ରଣବ ମୁଖାର୍ଜୀ ଠିଆ ହୋଇ ଗଲେ, ଏବଂ କହିଲେ, ଦେଖ, ଆମେ ସମସ୍ତେ ପରିଚୟ ପାଇଁ ଏଠାକୁ ଆସିଛି, ତେଣୁ ମୁଁ ମୋ ପରିଚୟ ନିଜେ ଆରମ୍ଭ କରୁଛି । ସେ ଠିଆ ହୋଇ ନିଜକୁ ସମସ୍ତଙ୍କ ସହ ପରିଚୟ କରାଇଲେ । ମୁଁ ପ୍ରଣବ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରପତି । ଏହା ଏକ ଅପ୍ରତ୍ୟାଶିତ କଥା ଥିଲା, ସମସ୍ତେ ଅବାକ ହୋଇ ଯାଇଥିଲେ, ତାଙ୍କର ସରଳତା ଏବଂ ଏପରି ଭାବକୁ ସମସ୍ତେ ମନେ ମନେ ତାଙ୍କୁ ପ୍ରଶଂସା କରିଥିଲେ । 

ତାପରେ ସେ ସମସ୍ତଙ୍କ ସହିତ ମିଶି କଥା ହୋଇଥିଲେ । କିନ୍ତୁ ସେ ମଧ୍ୟ ଜଣେ ଅଭିଜ୍ଞ, ପରିପକ୍ଳ ଚିନ୍ତକ ଥିଲେ । ସେ ସମସ୍ତ ବିଷୟରେ ଅବଗତ ରହୁଥିଲେ । ଲମ୍ବା ସମୟର ଅନୁଭବ କାରଣରୁ ସେହି ସୂଚନାକୁ ଆଧାର କରି ଠିକ୍ ଦିଗରେ ବ୍ୟବହାର କରିବା ପାଇଁ ତାଙ୍କର ବିଚକ୍ଷଣତା ଥିଲା । ସେଥପାଇଁ ସେ ଆମପରି ଲୋକଙ୍କ ପାଇଁ ଜଣେ ମାର୍ଗଦର୍ଶକ ଥିଲେ । ତାଙ୍କ ସହିତ ଯେତେ ସମୟ ବିସିଲେ, ଲାଗୁଥିଲା ଆହୁରି ବସନ୍ତୁ, ଆହୁରି କୁହନ୍ତୁ । ତାଙ୍କର ସାନିଧ୍ୟ ପାଇ ଆମେ ନିଜକୁ ଗୌରବାନ୍ବିତ ମନେ କରୁଥିଲୁ । ସେ ଜଣେ କୁଶଳ ରାଜନୀତିଜ୍ଞ ଥିଲେ, ତାଙ୍କର ଦୀର୍ଘ ରାଜନୈତିକ ଜୀବନ ସଫଳମୟ ଥିଲା । ସେ ସବୁ ପ୍ରକାର କୌଶଳ ମଧ୍ୟ ଜାଣିଥିଲେ । କିନ୍ତୁ ସେ ରାଜନୀତିର ଉର୍ବକୁ ଉଠି ଦେଶହିତ ପାଇଁ ସମସ୍ତଙ୍କୁ ନିଜର କରିବାରେ ପାରଙ୍ଗମ ଥିଲେ । ଆମେ ଜଣେ ବିଦ୍ବାନଙ୍କୁ ହଜାଇଦେଲୁ । ଜାତୀୟ ସ୍ୱାର୍ଥ ପାଇଁ ସର୍ବଦା ଚିନ୍ତିତ ଜଣେ ଦେଶପ୍ରେମୀଙ୍କୁ ହଜାଇ ଦେଇଛୁ । ଆମକୁ, ଆପଣଙ୍କୁ ସାମାଜିକ ଏବଂ ବ୍ୟକ୍ତିଗତ ଆଚରଣରେ ବିବେକକୁ ମାର୍ଗଦର୍ଶନ ଦେଉଥିବା ଜଣେ ବୟୋଜେଷ୍ଟ ବ୍ୟକ୍ତିଙ୍କୁ ହରାଇ ଦେଲୁ । ତାଙ୍କ ବିୟୋଗରେ ଆମର ଅପୂରଣୀୟ କ୍ଷତି ହୋଇଛି । 

ସେହି କ୍ଷତି କଦାପି ପୂରଣ ହୋଇ ପାରିବ ନାହିଁ । ପ୍ରଣବ ଦା ମୋ ପରି ଅନେକ ଲୋକଙ୍କ ଜୀବନରେ ଅଳ୍ପ ସମୟ ପାଇଁ ଆସିଥିଲେ, ସେ ସର୍ବଦା ସୁରଣ ରହିବେ । ଆମେ ଏବେ ଅନୁଭବ କରୁଛୁ ତାଙ୍କର ଉପସ୍ଥିତି ଆମ ପାଇଁ କେତେ ଆବଶ୍ୟକ ଥିଲା । ଏହା ଭଗବାନଙ୍କର ଇଛା । ଆମେ ଏହି ବିଷୟରେ କିଛି କରିପାରିବୁ ନାହିଁ । ଆମେ ସମସ୍ତେ ସମାନ ସହାନୁଭୁତି ସହିତ ସେମାନଙ୍କ ପରିବାରର ଶୋକରେ ଭାଗ ନେଉଛୁ ଏବଂ ତାଙ୍କ ଆତ୍ମାର ସଦଗତି ପାଇଁ ଇଶ୍ବରଙ୍କ ଚରଣରେ ପ୍ରାର୍ଥନା କରୁଛୁ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget