
ଭୁବନେଶ୍ୱର : ଫିନିକ୍ସ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ୟୁନିଟ୍ - ୯ସ୍ଥିତ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ପୁରସ୍କାର ବିତରଣ ଉତ୍ସବ । ଏଥିରେ ଶ୍ରୀମତୀ ନିବେଦିତା ଭଞ୍ଜ, ଏମ୍.ବି.ସି. ସ୍କୁଲର ଅଧ୍ୟକ୍ଷ ଏବଂ ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ଏସ୍.କେ. ମହାପାତ୍ର, ଟେଲିଜଗତର ସୁପରିଚିତ ଅଭିନେତା ମହାପ୍ରସାଦ କର, ବିନୋଦ କୁମାର ପଲେଇ ଆଦି ଅତିଥି ରୂପେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୦୮.୦୩.୨୦୨୦ରିଖରେ ଫିନିକ୍ସ ସେବା ପକ୍ଷରୁ ରାଜଧାନୀ କଳାସଂସଦରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ ଓ ବକ୍ତ୍ରୁତା ପ୍ରତିଯୋଗିତ ରଖାଯାଇଥିଲା, ଯାହାର ବିଷୟବସ୍ତୁ ରହିଥିଲା ‘ଗାନ୍ଧୀ ଓ ସମୟାନୁବର୍ତ୍ତିତା’।
ଏହାର ଫଳାଫଳ ଘୋଷଣା କରାଯାଇ ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । ଫିନିକ୍କ ସେବାର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲିକ ଆଓଙ୍କ ତତ୍ତାବଧାନରେ ଖୁବ ସୁନ୍ଦର ଭାବେ କାର୍ଯ୍ୟକ୍ରମ ହୋଇପାରିଛି । ସରକାରଙ୍କର କୋଭିଡ୍ କଟକଣା ନିୟମାନୁଯାୟୀ ଫିନିକ୍ସ ସେବା ସଦସ୍ୟ କାର୍ଯ୍ୟକ୍ରମକୁ ଦୀର୍ଘ ୫ ମାସ ଧରି ସ୍ଥଗିତ ରଖୁଥିଲେ । ବର୍ତ୍ତମାନ ସମୟକୁ ଉପଯୁକ୍ତ ମନେକରି ଅଭିଭାବକଙ୍କ ବହୁବାର ଅନୁରୋଧ କ୍ରମେ ଏହା ସମ୍ପନ୍ନ କରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ୩ଟି ପର୍ଯ୍ୟାୟରେ ଭାଗ କରାଯାଇ ପୁରସ୍କୃତ କରାଯାଇଛି । ସେମାନେ ହେଉଛନ୍ତି ବକ୍ତୃତା (ସବ୍-କୁନିୟର)ରେ ପ୍ରଥମ ସ୍ଥାନ ଅଧୁକାର କରିଛନ୍ତି ଦିବ୍ୟାଶା ପଣ୍ଡା, ଦ୍ବିତୀୟ ବିଶାଲ କୁମାର ସାହୁ, (କୁନିୟର) ବିଭାଗର ପ୍ରଥମ ସ୍ଥାନ ଅଧୁକାର କରିଛନ୍ତି ପ୍ରିୟଙ୍କା ରଥ, ଦ୍ବିତୀୟ ସ୍ଥାନରେ ପ୍ରତ୍ୟାଶା ପତି, ତୃତୀୟରେ ବିଦ୍ବାନ ମିଶ୍ର ରହିଛନ୍ତି । (ସିନିୟର) ବିଭାଗର ପ୍ରଥମ ସ୍ଥାନରେ ପ୍ରଲିପ୍ତା ଲେଙ୍କା, ଦ୍ବିତୀୟରେ ସ୍ଵସ୍ତିକ ନାରାୟଣ ଖୁଣ୍ଟିଆ ଆଦି ପୁରସ୍କୃତ ହୋଇଛନ୍ତି ।
ଏହା ସହ ସଂଗୀତରେ (ସବ୍ ଜୁନିଅର) ବିଭାଗର ପ୍ରଥମ ସ୍ଥାନରେ ଅଭିଜିତ୍ ଦାସ, ଦ୍ବିତୀୟରେ ଶିବାନୀ ବେହେରା ଓ ତୃତୀୟରେ ଶିବାନୀ ବାହାଦୁର (କୁନିୟର) ବିଭାଗରେ ଦିବ୍ୟାଶୁ ଶେଖର ସାହୁ ପ୍ରଥମ, ପଣ୍ଡିକା ରଥ ଦ୍ବିତୀୟ ଓ ଆଦ୍ୟାଶା ବେଉରା ତୃତୀୟ ସ୍ଥାନ ଅଧୁକାର କରି ଗୌରବାନ୍ବିତ ହୋଇଛନ୍ତି ।
Post a Comment