
ଭୁବନେଶ୍ୱର: ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଆନନ୍ଦ ବୃଦ୍ଧାଶ୍ରମ ରେ ଏକ ବନ୍ଧୁ ମିଳନ ର ଆୟୋଜନ ହେଇ ଯାଇ ଅଛି।ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଓଡିଶା ର ପ୍ରତି ଟି ଜିଲା ରେ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆ ଯାଇଅଛି।ସେମାନଙ୍କର ସ୍ୱାସ୍ଥ୍ୟ, ଖାଦ୍ୟପେୟ , ଆଇନ ଗତ ସମସ୍ୟା ଉପରେ ଆଲୋକପାତ କରାଯାଇ ଅଛି।ଏହି ଉତ୍ସବ ରେ ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ. ଅଭିନ ହୋତା,ରାଜ୍ୟ ଉପସଭାପତି ସୁଧାଂଶୁ ମହାନ୍ତି, ରାଜ୍ୟ ସମ୍ପାଦିକା ଦେବିଦତ୍ତ ସାମନ୍ତରାୟ,ଆଞ୍ଚଳିକ ସଂଯୋଜକ କମର ଅଲ୍ଲୀ,ଯୁଗ୍ମ ସମ୍ପାଦକ ବାବୁ ନାୟକ,ଜାତୀୟ ସଂଯୋଜକ ଦିବ୍ୟଜ୍ୟୋତି ବିଶ୍ୱାଳ,ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସମୀର ତ୍ରିପାଠୀ, ରାଜ୍ୟ ସଂଯୋଜିକ ସାଗରିକା ପ୍ରଧାନ ଓ ବୃଦ୍ଧାଶ୍ରମ ର ମୁଖ୍ୟ ପରିଚାଳକ ରାଜେଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ।
Post a Comment