
ଭୁବନେଶ୍ୱର ; ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଭାରତୀୟ ସୌରଶକ୍ତି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜି.ଏନ୍. ସ୍ଵାଇଁ ଆଜି ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଭାରତ ସରକାରଙ୍କ ଏହି ନିଗମର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ । ନିଗମ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଇରେଡା) ସହ ମିଳିତ ଭାବେ ଓଡ଼ିଶାରେ ସୌରପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ପାଇଁ ଇଚ୍ଛୁକ ଥିବା ଜଣାଇଥିଲେ । ଏହି ପ୍ରକଳ୍ପ ଗ୍ରୀନ୍ –ଏନର୍ଜ ହୋଇଥିବା ହେତୁ ଏହାର ଭବିଷ୍ୟତ ଉଜ୍ଜଳ ଏବଂ ଏହା ପାରମ୍ପରିକ ବିଦ୍ୟୁତଠାରୁ ତୁଳନାତ୍ମକ ଭାବେ ସ୍ୱଳ୍ପ ମୂଲ୍ୟରେ ହୋଇପାରୁଥିବା ଯୋଗୁଁ ଏହାର ଚାହିଦା ରହିଛି ବୋଲି ସେ କହିଥିଲେ ।
ରାଜ୍ୟରେ କେତେକ ସ୍ଥାନରେ ଏହାକୁ ଦୃଷ୍ଟାନ୍ତମୂଳକ ଭାବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରେବୋଲି ସେ ପରାମର୍ଶ ଦେଇଥିଲେ । ସେ ତାଙ୍କ ଗସ୍ତ ସମୟରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ଓଏପିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ସାକ୍ଷାତ କରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ଉପରେ ଆଲୋଚନା କରିଥିଲେ । ତାଙ୍କର ଏହି ସାକ୍ଷାତ ସମୟରେ ଇରେଡାର ସିଏମ୍ଡ଼ି ଶ୍ରୀ ପ୍ରଦୀପ କୁମାର ଦାସ ଉପସ୍ଥିତ ଥିଲେ ।
Post a Comment