ଭୁବନେଶ୍ୱର : ଧଉଳୀ ଶାନ୍ତି ବନରେ ଶ୍ରୀଲଙ୍କା, ଅନୁରାଧାପୁରରୁ ଆଣି ଲଗାଯାଇଥିବା ବୋଧଦୃମର ଆଜି ପୂର୍ଣ୍ଣିମା ଅବସରରେ ଆରକ୍ଷୀ ଓ ବୃକ୍ଷ ପୂଜା ସମ୍ପନ୍ନ ହୋଇଛି । ମୁଖ୍ୟଅତିଥି ରୂପେ ଯୋଗ ଦେଇ ରାଧାବଲ୍ଲଭ ମଠର ସଭାପତି ପୂଜ୍ୟ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ପ୍ରଥମେ ବୋଧଦୁମ ଆରତୀ କରିଥିଲେ । ଏସ୍.ଓ. ଏ. ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଅଶୋକ ମହାପାତ୍ର ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜଗମୋହନଙ୍କ ସହାୟତାରେ ଶାନ୍ତିବନ ପ୍ରତିଷ୍ଠା ହେବାକଥା ମନେ ପକାଇଥିଲେ । ଓଡ଼ିଶା ସରକାର ଏହି ଶାନ୍ତିବନର ବିକାଶ ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଚନ୍ଦ୍ରକଳା ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନ ସମାଜରେ ବୁଦ୍ଧଙ୍କର ବାଣୀ ଅନୁସରଣ କରିବା ଅତିବ ଆବଶ୍ୟକ ବୋଲି କହିଥିଲେ । ଏହି ଶାନ୍ତିବନକୁ ଏକ ବିଶେଷ ପର୍ଯ୍ୟଟନସ୍ଥଳୀ ହିସାବରେ ଗଢ଼ି ତୋଳିବା ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇବେ ବୋଲି ସୂଚନା ଦେଇଥିଲେ । ଏହି ବୋଧଦୃମ ନିକଟରେ ସାତଟି ବଡ଼ବଡ଼ ସୁଦୃଶ୍ୟ ବୁଦ୍ଧ ମୂର୍ତ୍ତୀ ପର୍ଯ୍ୟଟନ ବିଭାଗ ଦ୍ବାରା ସ୍ଥାପିତ କରାଯାଇଛି । ପ୍ରତି ପୂର୍ଣ୍ଣିମାରେ ବୁଦ୍ଧିଷ୍ଟ ହେରିଟେଜ୍ ପ୍ରମୋସନ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ଶ୍ରୀଲଙ୍କାରୁ ଆସିଥିବା ଏହି ବୋଧଦୃମର ଆରତୀ ଓ ପୂଜା ୨୦୧୮ ମସିହାଠାରୁ ଆୟୋଜନ କରିଆସୁଅଛି । ପ୍ରତି ପୂର୍ଣ୍ଣିମାରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଏହି ସ୍ଥାନର ପ୍ରଶଂସା କରୁଛନ୍ତି ଓ ଦାବି କରୁଛନ୍ତି ଏହାର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯାଉ ।
ବୁଦ୍ଧିଷ୍ଟ ହେରିଟେଜ୍ ପ୍ରମୋସନ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଏହି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ସରକାରଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ସ୍ଥିର କରିଛି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜୟପ୍ରକାଶ ମିଶ୍ର, ଶ୍ରୀ ଭାବଗ୍ରାହୀ ଶାନ୍ତି, ଶ୍ରୀ ଉଦୟ ଶାନ୍ତି, ଶ୍ରୀମତୀ କୁମୁଦିନୀ ପଣ୍ଡା, ଇନ୍ଦିରା ମିଶ୍ର, ଇଂଜିନିୟର ମାନଧାତା ଓ ବିଶିଷ୍ଟ ସମାଜସେବୀ ଗୀତାଞ୍ଜଳି ପଣ୍ଡା ଯୋଗଦଇ ଏହି ଶାନ୍ତିବନକୁ ସ୍ଵତନ୍ତ୍ର ପର୍ଯ୍ୟଟନସ୍ଥଳୀ କରିବା ପାଇଁ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବିପିନ୍ ଦାସ, ମନୋଜ ବିଶ୍ବାଳ, ପ୍ରଶାନ୍ତ ମିଶ୍ର ଓ ଅଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
Post a Comment