loading...

କୋଭିଡ଼ ପ୍ରତିରୋଧ ପାଇଁ ଭୁବନେଶ୍ଵରର ବିନ୍ଦୁସାଗର କୂଳରେ ବେଦୋକ୍ତ ଅଗ୍ନିହୋତ୍ର ଯଜ୍ଞ।

ବିଶ୍ୱରେ ମହାମାରୀ କୋଭି ଭୀଷଣ ରୂପ ଧରିଥିବା ବେଳେ ଏହାର ପ୍ରତିହତ ପାଇଁ ଆଗାମୀ ପୂର୍ଣ୍ଣିମା ୧ ଅକ୍ଟୋବର ଠାରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ।

କୋଭିଡ଼ ପ୍ରତିରୋଧ ପାଇଁ ଭୁବନେଶ୍ଵରର ବିନ୍ଦୁସାଗର କୂଳରେ ବେଦୋକ୍ତ ଅଗ୍ନିହୋତ୍ର ଯଜ୍ଞ।

ଭୁବନେଶ୍ୱର : ବିଶ୍ୱରେ ମହାମାରୀ କୋଭି ଭୀଷଣ ରୂପ ଧରିଥିବା ବେଳେ ଏହାର ପ୍ରତିହତ ପାଇଁ ଆଗାମୀ ପୂର୍ଣ୍ଣିମା ୧ ଅକ୍ଟୋବର ଠାରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ପବିତ୍ର ବିନ୍ଦୁସାଗର କୂଳରେ ବେଦୋକ୍ତ ଅଗ୍ନିହୋତ୍ର ଯଜ୍ଞ ସମ୍ପନ୍ନ ହୋଇଛି । ଆଜି ସକାଳୁ କର୍ଣ୍ଣେଲ ବିଶ୍ଵେଶ୍ଵର ରାଉତ ଓ ତାଙ୍କ ପତ୍ନୀଙ୍କ ଦ୍ବାରା ବିନ୍ଦୁ ସାଗରରୁ ପବିତ୍ର କଳସ ଉଠାଯାଇ ଯଜ୍ଞ ସମ୍ପନ୍ନ କରାଗଲା । ଏହି ଯଜ୍ଞରେ ପ୍ରତିଦିନ ଜଣେ ଜଣେ ନୂତନ କର୍ଭା ଅଗ୍ନିହୋତ୍ର ଜଜ୍ଞ କରିବେ । 

ଏହି ଯଜ୍ଞ ୭୫ ଦିନ ଧରି ଚାଲିବ ବୋଲି ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ କୁହାଯାଇଛି । ଏହି ଯଜ୍ଞ ଜିବାଣୁନାଶକ ବୋଲି ବେଦରେ କୁହାଯାଇଛି । କେଭିଡ୍ ଜିବାଣୁକୁ ନାଶ କରିବା ପାଇଁ ଅଗ୍ନିହୋତ୍ର ଯଜ୍ଞ ଏକ ବିଶେଷ ପ୍ରତିରୋଧକ ବୋଲି ବିଶିଷ୍ଟ ସାଧୁସନ୍ଥମାନେ କହିଛନ୍ତି । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ତରୀଙ୍କର ଆବିର୍ଭାବ ପରେ ସେ ସବୁ ଦେବତାମାନଙ୍କୁ ଅଗ୍ନିହୋତ୍ର ମନ୍ତ୍ର ଓ ଶ୍ରୀ ଅଚ୍ୟୁତାୟ ନମ, ଶ୍ରୀ ଅନନ୍ତାୟ ନମୀ ଓ ଶ୍ରୀ ଗୋବିନ୍ଦାୟ ନମ ନାମ ଜପ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନାମ ଜପକଲେ ସକଳ ରୋଗରୁ ଉପସମ ମିଳିଥାଏ ବୋଲି ପାଣ୍ଡବ ଗୀତାରେ ଭଗବାନ ଧନୁନ୍ତରୀ କହିଥିଲେ । 
କୋଭିଡ଼ ପ୍ରତିରୋଧ ପାଇଁ ଭୁବନେଶ୍ଵରର ବିନ୍ଦୁସାଗର କୂଳରେ ବେଦୋକ୍ତ ଅଗ୍ନିହୋତ୍ର ଯଜ୍ଞ।

ଏହି ଅଗ୍ନିହୋତ୍ର ଯଜ୍ଞ ସମାପ୍ତି ପରେ ଆଗାମୀ ୧୪ ଡିସେମ୍ବର ଦେବ ଦୀପାବଳୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ୧ ଲକ୍ଷ ଦୀପ ଜଳାଇବା ପାଇଁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଯୋଜନା କରୁଛି । ଏହି ଦୀପ ଦାନ ଆମର ସବୁ ପୂର୍ବପୁରୁଷମାନଙ୍କୁ ଅର୍ଘ୍ୟ ପ୍ରଦାନ ସହିତ କୋଭିରେ ମୃତ୍ୟୁବରଣ କରିଥିବା ବିଶ୍ୱର ସମସ୍ତ ଆମ୍ବା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟରର ସଭାପତି ଶ୍ରୀ ପରେଶ ନାୟକ ସମବେତ ଭକ୍ତମାନଙ୍କୁ ଶ୍ରୀ ଅଚ୍ୟୁତାୟ , ଶ୍ରୀ ଅନନ୍ତାୟ ଓ ଶ୍ରୀ ଗୋବିନ୍ଦାୟ ମନ୍ତ୍ର ସହିତ ଗୋଟିଏ ଗୋଟିଏ ଜପାମାଳି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜୟ ପ୍ରକାଶ ମିଶ୍ର, ଭାବଗ୍ରାହୀ ଶାନ୍ତି, ଉଦୟ କୁମାର ଶାନ୍ତି, ରମାକାନ୍ତ ମହାନ୍ତି, ଶ୍ରୀମତୀ ଇନ୍ଦିରା ମିଶ୍ର ଓ ଶ୍ରୀମତୀ କୁମୁଦିନୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget