loading...

ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ । ହିତାଧୁକାରୀମାନଙ୍କ ଘରେ ବଣ୍ଟନ କରାଗଲା ଶୁଖୁଲା ରାସନ ।

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ହିତାଧୁକାରୀମାନଙ୍କ ଘରେ ବଣ୍ଟନ କରାଗଲା ଶୁଖୁଲା ରାସନ ।

ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ । ହିତାଧୁକାରୀମାନଙ୍କ ଘରେ ବଣ୍ଟନ କରାଗଲା ଶୁଖୁଲା ରାସନ ।

ଭୁବନେଶ୍ୱର ; ଦୀର୍ଘ ସମୟ ଧରି କୋଭିଡ -୧୯ ବିଶ୍ୱ ମହାମାରୀ କଠିନ ପରିସ୍ଥିତି ଅବ୍ୟାହତ ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡିର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ କର୍ଭବ୍ୟ ନିରନ୍ତର ସମ୍ପାଦନ କରିଚାଲିଛନ୍ତି । ଆଜି ମାସର ୧ ତାରିଖ ହେଇଥିବାରୁ ରାଜ୍ୟର ସମସ୍ତ । ଆଇସିଡିଏସ୍ ପ୍ରକଳ୍ପରେ ପରିପୂରକ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ଶୁଖୁଲା ରାସନ (ଟିଏଚଆର) ବଣ୍ଟନ କରାଯାଇଛି । କୋଭିଡ ସ୍ଥିତିରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଚଳିତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖୁବା ନିମନ୍ତେ ନିଷ୍ପତି ନିଆଯାଇଛି । ଏଭଳି ସ୍ଥିତିରେ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖୁଲା ରାସନ ବଣ୍ଟନ କରିଛନ୍ତି । ୩ ରୁ ୬ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖୁଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । 

ଶୁଖୁଲା ରାସନ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଏବଂ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୂନାର ପ୍ୟାକେଟ୍ ବଣ୍ଟନ କରାଯାଇଛି । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ବାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧୁକାରୀ ଉପକୃତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭, ୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬, ୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହେଉଛନ୍ତି । ଏତଦ୍‌ବ୍ୟତୀତ ଲଡାଉନ୍ ପରିପ୍ରେକ୍ଷୀରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଯୋଗ୍ୟ ହିତାଧୁକାରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖୁଲା ରାସନ ବଣ୍ଟନ କରାଯାଇଛି ।

ପ୍ରକାଶ ଥାଉ କି, ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଓଡ଼ିଶାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ ମଡେଲକୁ ନିକଟରେ ନିତି ଆୟୋଗ ଉଚ୍ଚପ୍ରଶଂସା କରିଛନ୍ତି । ଏହାଦ୍ଵାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଅଧୁକ ସ୍ବଚ୍ଛତା ଆସିପାରିଛି ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି । ଛତୁଆ ପ୍ରସ୍ତୁତିଠାରୁ ବଣ୍ଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ମୋ ଛତୁଆ” ଆତ୍ପର ବିକାଶ କରାଯାଇଛି । ଏହି ଆପ୍‌ ଉପଯୋଗ ସମ୍ପର୍କରେ ଅଙ୍ଗନବାଡି କର୍ମୀ ତଥା ସମସ୍ତ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିୟମିତ ତାଲିମ ପ୍ରଦାନ କରାଯାଉଛି । ହିତାଧୁକାରୀମାନେ ଏହି ଯୋଜନାରୁ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ଟେଲି ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget