loading...

ବିଦ୍ୟୁତ ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ସବୁଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ।

ରାଜ୍ୟ ସରକାର ନିଜ ନିଷ୍ପତିରେ ତୁରନ୍ତ ବଦଳ କରି ବନ୍ଧିତ ବିଦ୍ୟୁତ ଦର ତୁରନ୍ତ ପ୍ରତ୍ୟାହାର କରିବାକୁ।

ବିଦ୍ୟୁତ ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ସବୁଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ।

ଭୂବନେଶ୍ୱର : ମହାମାରୀ କୋଭିଡ-୧୯ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ରାଜ୍ୟ ସରକାର ନିଜ ନିଷ୍ପତିରେ ତୁରନ୍ତ ବଦଳ କରି ବନ୍ଧିତ ବିଦ୍ୟୁତ ଦର ତୁରନ୍ତ ପ୍ରତ୍ୟାହାର କରିବାକୁ ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦାବୀ କରିଛନ୍ତି । ରାଜ୍ୟ ସରକାରଙ୍କ ଏକପାଖିଆ ନିଷ୍ଣୁର ନିଷ୍ପତି ବିରୁଦ୍ଧରେ ଆଜି ଭୁବନେଶ୍ଵର ଜିଲ୍ଲା ବିଜେପି ତରଫରୁ ଭୁବନେଶ୍ବର ଅଧ୍ଵନସୁ ୮ଟି ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୋଭିଡ୍- ୧୯ ଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ଆସନ୍ତା କାଲିଠାରୁ ବର୍ଦ୍ଧିତ ୟୁନିଟ ପିଛା ୨୦ ପଇସା ବିଦ୍ୟୁତ ଶୁଳ୍ପର ବୋଝ ରାଜ୍ୟବାସୀଙ୍କ ଉପରେ ଲଦିବାକୁ ଯାଉଛନ୍ତି । 

ଗୋଟିଏ ପଟେ ବଡ ବଡ କଂପାନୀମାନଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍ପ ବକେୟା ଆଦାୟ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ସରଳ ରାଜ୍ୟବାସୀଙ୍କ ଉପରେ ବୋଝ ଲଦି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧୀ । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ଶାସନ ଏବଂ ନିଷ୍ପତି ବିରୁଦ୍ଧରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଏହି ବିକ୍ଷୋଭ ଏବଂ ଆନ୍ଦୋଳନ ଆହୁରି ଅଧୁକ ବ୍ୟାପକ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ବରର ୟୁନିଟ-୨ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସବ୍ ଡିଭିଜନ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଦ୍ଧା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ମଣ୍ଡଳ ସଂଯୋଜକ ଫିରୋଜ ଖାନ ପ୍ରମୁଖ ଉପସ୍ଥିତିରେ ବିକ୍ଷୋଭ ପ୬ଦର୍ଶନ କରାଯାଇଥିଲା । 

ସେହିପରି ପାର ହାଉସ୍ ଛକରେ ମଣ୍ଡଳ ସଂଯୋଜକ ଜଗନ୍ନାଥ ବେହେରା, ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ରଶ୍ମୀରଂଜନ ମୁଦୁଲି, କୈଳାସ ରଥ, କୃଷ୍ଣଚନ୍ଦ୍ର ପୃଷ୍ଟି ; ରସୁଲଗଡଠାରେ ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଆ, ବାଣୀବିହାର ମଣ୍ଡଳ ସଂଯୋଜକ ଦେବ ପଟି, ବୁଦ୍ଧେଶ୍ୱରୀ ମଣ୍ଡଳ ସଂଯୋଜକ ସନ୍ତୋଷ ଜେନା; ଚନ୍ଦ୍ରଶେଖରପୁରଠାରେ ମଣ୍ଡଳ ସଂଯୋଜକ ଦାମୋଦର ବେହେରା, ପୂର୍ବତନ ମଣ୍ଡଳ ସଭାପତି ମାନସୀ ରାୟ ପାଢୀ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ସାବତ, ବସନ୍ତ କୁମାର ରାଉତ, ଦିଲ୍ଲୀପ ବେହେରା; ଆଇଆରସି ଭିଲେଜଠାରେ ମଣ୍ଡଳ ସଂଜଲ ଅଂଜନ ନାଥ, ଯୁବନେତା ଲୁଲ କାନୁନଗୋ; ଖଣ୍ଡଗିରିଠାରେ ମଣ୍ଡଳ ସଂଯୋଜକ ରାମଚନ୍ଦ୍ର ମାନସିଂହ, ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, କାର୍ତିକ ସୁନ୍ଦରାୟ, ମନୋଜ ପାତ୍ର, ସୁନୀଲ ସାହୁ, ଶଶାଙ୍କ ଶେଖର ବିଶ୍ୱାଳ, ଇଦିସ୍ ଭୂଇଁଆ ମାହାପତ୍ର, ସୁମିତ୍ରା ଆଚାର୍ଯ୍ୟ, ମନୋଜ କୁମାର ପଶ୍ଚିମକବାଟ; ବିଜେବି ନଗରଠାରେ ରାଜାରାଣୀ ମଣ୍ଡଳ ସଂଯୋଜକ ଅମରଜ୍ୟୋତି ଜଗଦେବ, ଗ୍ରାମୀଣ ମଣ୍ଡଳ ସଂଯୋଜକ ଅରୁଣ ପୁରୋହିତ, ଯୁବନେତା ଶୁବପ୍ରସାଦ ବେହେରା, ତାପସ ଦଳେଇ, ସୁବାଷିନୀ ପୃଷ୍ଟି, ତୃପ୍ତିମୟୀ ମକଦ୍ଧମ, ବିଦୁଲତା ବଳିଆରସିଂହ, ସବିତା ପଟ୍ଟନାୟକ ; ଶହୀଦନଗରଠାରେ ମଣ୍ଡଳ ସଂଯୋଜକ ଶଶୀପ୍ରଭା ଶତପଥୀ, ଜିତେନ୍ଦ୍ର ରଥ, ମନୋରଂଜନ ସ୍ୱାଇଁ, ସଂଜୀବ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget