loading...

ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ କୁମାରଙ୍କ ଚିକିତ୍ସା ପାଇଁ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସହାୟତା।

ବରିଷ୍ଠ ଚିତ୍ରଶିଳ୍ପୀ ତଥା ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବ୍ୟବହାରିକ କଳା ବିଭାଗର ଅଧ୍ୟାପକ ଶ୍ରୀ ଅଶୋକ କୁମାର ସେଣ୍ଟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ।

ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ କୁମାରଙ୍କ ଚିକିତ୍ସା ପାଇଁ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସହାୟତା।

ଭୁବନେଶ୍ୱର ; ବରିଷ୍ଠ ଚିତ୍ରଶିଳ୍ପୀ ତଥା ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବ୍ୟବହାରିକ କଳା ବିଭାଗର ଅଧ୍ୟାପକ ଶ୍ରୀ ଅଶୋକ କୁମାର ସେଣ୍ଟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ହୋଇ ସେପ୍ଟେମ୍ବର ୨୬ ତାରିଖଠାରୁ ଭୁବନେଶ୍ୱରର ଉତ୍କଳ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସାଇନାଲ୍ କର୍ଡ଼ ଗୁରୁତର ଆଘାତ ହୋଇ ୨ ଗୋଡ଼ ଏବଂ ୨ ହାତ ସଂପୂର୍ଣ୍ଣ ଅଚଳ ହୋଇଯାଇଛି । ସେ ଆଇସିୟୁରେ ରହି ଚିକସିତ ହେଉଛନ୍ତି । 

ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସୀମିତ ଆୟ ମଧ୍ୟରେ ଉକ୍ତ ଚିକିତ୍ସା ପାଇଁ ତାଙ୍କ ପୁତ୍ର ଜ୍ୟୋତିରଞ୍ଜନ ସେ ଓଡ଼ିଶା ଲଳିତ କଳା ଏକାଡେମୀକୁ ସାହାଯ୍ୟ ପାଇଁ ଦରଖାସ୍ତ ଲେଖ ଏକାଡେମୀ ସଚିବଙ୍କ ଜରିଆରେ ନିର୍ଦ୍ଦେଶକ ଏବଂ ପ୍ରମୁଖ ଶାସନ ସଚିବ, ମାନ୍ୟବର ମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । କଳାକାର କଲ୍ୟାଣ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରସ୍ତୁତ କରାଯାଇ ତାଙ୍କ ପୁତ୍ରଙ୍କୁ ହସ୍ତାନ୍ତର କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget