ଭୁବନେଶ୍ୱର ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସ୍ତରରେ ସମସ୍ତ ଶ୍ରୀକୃତୀ ପ୍ରାପ୍ତ ରାଜନୈତିକ ଦଳ ମାନକ ସୂହ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ୩୮-ବାଲେଶ୍ବର ଓ ୧୦୨-ତିର୍ଭେଲ ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗକୁ ଦ୍ବାରା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ଅନୁସାରେ ଆସନ୍ତା ତା ୦୯-୧୦-୨୦୨୦ ରେ ବିଜ୍ଞପ୍ତି ପ୍ରକାଶ, ତା ୧୯-- ୧୦-୨୦୨୦ ରେ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ, ତା ୧୭-୧୦-୨୦୨୦ ରେ ନାମାଙ୍କନ ପତ୍ର ଯାଞ୍ଚ, ତା ୧୯-୧୦୨୦୨୦ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର, ତା ୦୩-୧୧-୨୦୨୦ ରେ ମତଦାନ, ତା ୧୦- ୧୧-୨୦୨୦ ରେ ଭୋଟ ଗଣତି ସହ ତା ୧୨-୧୧-୨୦୨୦ ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ରାଜନୈତିକ ଦଳର ନେତୃବର୍ଗଙ୍କୁ ଅବଗତ କରାଇଥିଲେ।
ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳକ ସହ ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ଅଦର୍ଶ ଆଚରଣ ବିଧୁ କଡାକଡି ଭାବେ ପାଳନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ବୈଠକରେ ଅବଗତ କରାଇଥିଲେ । ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଜୀବନ ନେଇ ଆକ୍ଷେପ କରିବା ଉପରେ ନିଷେଧ କରାଯାଇଛି । ପ୍ରଚାର ସମୟରେ ଦଳର ପୂର୍ବର କାର୍ଯ୍ୟକଳାପ ଓ ଚାଲୁଥିବା ନିଷ୍ପତି ଏବଂ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇପାରେ । ଅପରାଧ ପୃଷ୍ଟଭୂମି ଥିବା ବ୍ୟକ୍ତିଙ୍କୁ ଯଦି କୌଣସି ରାଜନୈତିକ ଦଳ ନିର୍ବାଚନରେ ପ୍ରାର୍ଥୀ କରାନ୍ତି ତା ହେଲେ ସମ୍ପଇ ଦଳକୁ କୈଫିୟତ ଦେବାକୁ ପଡିବ ଓ ଜନସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ପ୍ରାର୍ଥୀ ଅତି କମରେ ତିନି ଥର ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମ ଜରିୟାରେ ପ୍ରଚାର ପ୍ରସାର କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ବୈଠକରେ ପ୍ରକାଶ କରିଥିଲେ ।
ନୂତନ କରି ଏଥର ନିର୍ବାଚନ କମିଶନଙ୍କ ତରଫରୁ ୮୦ ବର୍ଷରୁ ଅଧୁକ ବୟସ ର ଭୋଟର, ଭିନ୍ନକ୍ଷମ ଭୋଟର, କୋଭିଡ ଆକ୍ରାନ୍ତ ଭୋଟର ଏବଂ ସନ୍ଦିଗୁ କୋଭିଡ ଆକ୍ରାନ୍ତ ଭୋଟର ଯେଉଁମାନେ ଘରେ କିମ୍ବା ଡାକ୍ତର ଖାନାରେ ସଙ୍ଗରୋଧରେ ରହିଥିବା ଭୋଟର ମାନଙ୍କୁ ପୋଷ୍ଟାଲ ବାଲାଟ୍ ର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ପ୍ରକାଶ କରିଥିଲେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କୋଭିଡ-୧୯ କୁ ଦୃଷ୍ଟିରେ ରଖୁ ଏଥର ପ୍ରତି ବୁଥରେ ସର୍ବାଧୂକ ୧୦୦୦ ଭୋଟର ଭୋଟ ଦେଇପାରିବେ । ଏଥିନିମନ୍ତେ ସେହି ସ୍ଥାନରେ ମଧ୍ୟ ଭୋଟର ମାନଙ୍କ ସୁବିଧା ନିମନ୍ତେ ଅତିରିକ୍ତ ବୁଥ ମାନ ଖୋଲା ଯାଇଅଛି । ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥ ଗୁଡିକୁ ଜିଲ୍ଲା ପ୍ରଶାସନ ତରଫରୁ ବିଶୋଧନ କରାଯିବାର ବ୍ୟବସ୍ଥା କରାଯାଇଛି । ରାଜନୈତିକ ଦଳମାନେ ନିର୍ବାଚନ ପ୍ରଚାର କଲାବେଳେ କୋଭିଡ-୧୯ ର ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ବାଧ୍ୟତାମୂଳକ ଅଟେ । ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସର୍ବାଧୂକ ୦୨ ଜଣ ବ୍ୟକ୍ତି ରହିପାରିବେ ।
ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧକ (ସୁରକ୍ଷା କର୍ମୀଙ୍କୁ ଛାଡି) ୦୫ ଜଣ ବ୍ୟକ୍ତି ଯାଇପାରିବେ। ଆସନ୍ତା ଉପ-ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ଲାଗି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ଲୋହାନୀ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀ ଶିବାନନ୍ଦ ରାଏ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPIM) ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜନତା ପାର୍ଟିର ଶ୍ରୀ ଜଗନ୍ନାଥ ପ୍ରଧାନ, ଓ ବିଜୁ ଜନତା ଦଳର ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ସହ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧୁକାରୀ, ଶ୍ରୀମତୀ ସଙ୍ଘମିତ୍ରା ଶତପଥୀ ଓ ଶ୍ରୀ ଶତ୍ରୁଘ୍ନ କର ଓ ଉପ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment