ଭୁବନେଶ୍ୱର ; ଉତରପ୍ରଦେଶର ହାଥରସ୍ ଦଳିତ ନାବାଳିକା ମନିଷା ବାର୍ଲିକିକୁ ଗଣଦୁର୍ଷମ କରାଗଲା ଏବଂ ରାତି ଅଧରେ ଯେପରି ପୋଲିସ ଦ୍ବାରା ଶବ ସଂସ୍କାର କରାଗଲା ଏହା ଏକ ଉଦ୍ବେଗଜନକ ପ୍ରଶ୍ନ ବୋଲି ପିସିସି ସଭାପତି ପ୍ରେସ ବାର୍ତ୍ତାରେ କହିଛନ୍ତି । ଏହା ଏକ ହତ୍ୟା ଏବଂ ଏହି ମାମଲାରେ ଅଖୁଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ଉତରପ୍ରଦେଶ ପୋଲିସ ବିଭାଗ ରାହୁଲଜୀଙ୍କ ପ୍ରତି ଯେପରି ଅଶାଳୀନ ବ୍ୟବହାର ଓ ବର୍ବୋରୋଚିତ ଆକ୍ରମଣ କଲା ଏହି ଘଟଣା ଉତରପ୍ରଦେଶର ଯୋଗୀ ସରକାରଙ୍କ ହୀନ ମାନସିକତାର ଚରମ ଅମାନବିୟତାର ଜ୍ଵଳନ୍ତ ଉଦାହରଣ ଏବଂ ଏହା ଦୁଃଖଦାୟକ ଓ ଗଣତନ୍ତ୍ର ବିରୋଧୀ। ଗଣତନ୍ତ୍ରର ମୂଲ୍ୟବୋଧ ଓ ସମ୍ବିଧାନକୁ ଅସମ୍ମାନ ପ୍ରତି ଏହା ଚରମ କୁଠାରଘାତ ।
ଅବିଳମ୍ବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ମାଗି ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତପା ଦେବା ସହ ଦୋଷୀକୁ ତୁରନ୍ତ ଗିରଫ ଦାବି କରିଛନ୍ତି ପିସିସି ସଭାପତି । ଏଭଳି କ୍ରର ଘଟଣା ଭାରତବର୍ଷର ଗଣତନ୍ତ୍ରର ମୂଲ୍ୟବୋଧ ଓ ରାଜନୈତିକ ସମସ୍ତ ଶାଳିନତାକୁ ଧୂର୍ଣ୍ଣ କରିଥିବାରୁ କଂଗ୍ରେସ ଦଳ ତରଫରୁ ଘଟଣାର ତ୍ରୀବ ନିନ୍ଦା ଓ ଘୋର ପ୍ରତିବାଦ କରାଯାଉଛି । ରାହୁଲଜୀଙ୍କ ପ୍ରତି ଆକ୍ରମଣ ଘଟଣାକୁ ନେଇ କୋଟି କୋଟି କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁ ମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି । ବିଜେପି ସରକାର ସାରା ଭାରତ ବର୍ଷରେ ହେଉ ବା ଉତରପ୍ରଦେଶରେ ହେଉ କିପରି ମନୋବୃତିରେ ଶାସନ କରିବାକୁ ଗ୍ରହୁଁଛି ଏହାକୁ ଜନସାଧାରଣ ଜାଣି ସଚେତନ ହୋଇ ତୀବ୍ର ବିରୋଧ । କରିବାର ସମୟ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
Post a Comment